ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଫୁଟବଲ୍ କ୍ଲବ(ଏଫ୍‌ସି) ପକ୍ଷରୁ କ୍ଲବର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ। କ୍ଲବ ପକ୍ଷରୁ ରବିବାର ଏକ ଭିଡିଓ କନଫରେନ୍ସିଂ ମାଧ୍ୟମ ଜରିଆରେ ଏହି ଦିବସକୁ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟ ସ୍ୱତନ୍ତ୍ର ପ୍ରକଳ୍ପ, କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଓଏସଡି ସୁମିତ ପାଣ୍ଡେ ଏବଂ ଓଡ଼ିଶା ଫୁଟବଲ ଆସୋସିଏସନ(ଓଏଫଏ)ର ଯୁଗ୍ମ ସଂପାଦକ ଅଭିଜିତ ପଲ୍ ଅତିଥିଭାବେସାମିଲ ହୋଇଥିଲେ।

“ଆମେ କେବଳ ଆଗାମୀ ଆଇଏସ୍ଏଲ୍ ଫୁଟବଲ୍ କାର୍ଯ୍ୟ ପାଇଁ ନୁହେଁ ବରଂ ଫୁଟବଲ୍ ଇକୋସିଷ୍ଟମର ବିକାଶ ପାଇଁ ମଧ୍ୟ ଉତ୍ସାହିତ ଅଟୁ ଯାହା ଓଡ଼ିଶାରେ ଖେଳର ଭବିଷ୍ୟତ ଗଠନ କରିବାକୁ ଯାଉଛି”, କହିଛନ୍ତି ସୁମିତ ପାଣ୍ଡେ।BGUଫୁଟବଲ କ୍ଲବର ସଭାପତି ରୋହନ ଶର୍ମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର, ଭାରତୀୟ ସହକାରୀ କୋଚ୍ ଷ୍ଟିଭେନ୍ ଡିଆସ୍, ଫୁଟବଲ୍ ଅପରେସନ୍ସର ମୁଖ୍ୟ ଅଭିବ ଚାଟାର୍ଜୀ, କ୍ଲବ ଡାଇରେକ୍ଟର ଅଶୋକ ବଜାଜ, ଅର୍ଥ ବିଭାଗର ମୁଖ୍ୟ ଅଜିତ ପଣ୍ଡା ଏବଂ ବିକ୍ରୟ ତଥା ମାର୍କେଟିଂ ମୁଖ୍ୟ ମାୟାନକ ଶର୍ମାଙ୍କ ସମେତ କ୍ଲବର ବିଭିନ୍ନ ବିଭାଗର ବହୁ କର୍ମଚାରୀ ସାମିଲ ହୋଇଥିଲେ।

ଶେଷରେ କ୍ଲବର ସଭାପତି ରୋହନ ଶର୍ମା ରାଜ୍ୟରେ ତୃଣମୂଳ ଫୁଟବଲର ବିକାଶ ତଥା ଭାରତୀୟ ଫୁଟବଲରେ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ କ୍ଲବର ଆଦର୍ଶ ଉପରେ ଗୁରୁତ୍ୱାରୋପ କରି ଧନ୍ୟବାଦ ଅର୍ପଣ କରିଥିଲେ।

Comment