ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚିଲା ପୋଲିସ। ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁରକ୍ଷା ପାଇଁ ଫୋନ୍ କରିଥିବାରୁ ପୁରୀଘାଟ ପୋଲିସ ଅନୁଭବଙ୍କ ନନ୍ଦିସାହିସ୍ଥିତ ଘରେ ପହଞ୍ଚିଥିବା ସୂଚନା ମିଳିଛି।
ଆଜି ୧୦୦ ନମ୍ବରକୁ ଫୋନ୍ କରି ବର୍ଷା ସୁରକ୍ଷା ମାଗିଥିବାରୁ ପୋଲିସ ଅନୁଭବଙ୍କ ଘରେ ପହଞ୍ଚିଛି। ବର୍ଷା ବର୍ତ୍ତମାନ ଅନୁଭବଙ୍କ କଟକ ନନ୍ଦିସାହିସ୍ଥିତ ଘରେ ରହୁଛନ୍ତି। ସେଠାରେ ଅନୁଭବଙ୍କ ପରିବାର ମଧ୍ୟ ରହୁଛନ୍ତି। ତେବେ ଆଜି ଦୁଇଜଣ ବ୍ୟକ୍ତି ବର୍ଷାଙ୍କ ରୁମ୍ରେ ପଶି ତାଙ୍କର ଫଟୋ ଉଠାଇଥିଲେ। ତେଣୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବର୍ଷା ତୁରନ୍ତ ପୋଲିସକୁ ସୁରକ୍ଷା ମାଗିଥିଲେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି।
ଖବର ପାଇ ପୁରୀଘାଟ ପୋଲିସର ଜଣେ ଏସ୍ଆଇ ଏବଂ ଜଣେ ମହିଳା ପୋଲିସ କର୍ମଚାରୀ ଅନୁଭବଙ୍କ ଘରେ ପହଞ୍ଚିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ସେମାନେ ବର୍ଷାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ବର୍ଷାଙ୍କ ଅଭିଯୋଗର ସତ୍ୟତାକୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି।
ଗତକାଲି ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ତାଙ୍କ ଓକିଲ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।















