ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର କରୋନା କଟକଣା କୋହଳ କରିବା ପରେ ପ୍ରବାସୀ ଶ୍ରମିକମାନେ ପୁଣି ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଗତକାଲି ୯ ଜଣ ନାବାଳକଙ୍କୁ ସେଶଖାଲ ପୋଲିସ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି। ଏହି ନାବାଳକମାନେ ଆନ୍ଧ୍ରପ୍ରଦେଶ ରାଜମୁନ୍ଦ୍ରିସ୍ଥିତ ଏକ ଚିଙ୍ଗୁଡି କମ୍ପାନିକୁ ଦାଦନ ଖଟିବାକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

ଗତକାଲି ୧୫ ଜଣ ଲୋକ ସେହି ଚିଙ୍ଗୁଡି କମ୍ପାନିକୁ ଦାଦନ ଖଟିବାକୁ ଯାଉଥିବା ନେଇ ପୋଲିସ ଖବର ପାଇଥିଲା। ଏହାପରେ ସେଶଖାଲ ପୋଲିସ ଯେମାଦେଇପେଣ୍ଠ ଓ ସେଶଖାଲ ମଧ୍ୟବର୍ତ୍ତୀ ରାସ୍ତାରୁ ସେହି ସେମାନଙ୍କୁ ଉଦ୍ଧାର କରିଥିଲା।

ତେବେ ଏଥିମଧ୍ୟରୁ ୯ଜଣ ଶିଶୁ ନାବାଳକ ଥିବା ଜଣାପଡ଼ିବା ପରେ ଚଇଲ୍ଡ ଲାଇନ ସୂଚନା ଦିଆଯାଇଥିଲା। ପରେ ଚାଇଲ୍ଡ ଲାଇନ ଅଧିକାରୀ ପହଞ୍ଚି ଶିଶୁଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି ଶିଶୁମାନେ ରାୟଗଡ଼ା ସଦର ବ୍ଲକ ଅଧୀନ ଗାଜିଗାଁ, ପିପିଲିଗୁଡ଼ା ଓ ବୈରାଗି ହାଲୁଆ ଗ୍ରାମପଞ୍ଚତର ବୋଲି ଜଣାପଡ଼ିଛି।BGUଗତ ୬ ମାସରୁ ଉର୍ଦ୍ଧ୍ୱ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ଫସି ଜୀବିକା ହରାଇଥିବା ଦାଦନ ଏବେ କର୍ମସ୍ଥାନକୁ ଫେରିବା ପାଇଁ ଉପାୟ ଖୋଜୁଛନ୍ତି। ଆର୍ଥିକ ଅନଟନ ଲାଗିରହିଥିବାରୁ ଜୀବୀକା ଉପାର୍ଜନ ସକାଶେ ମହାମାରୀ ଭୂତାଣୁ ସଂକ୍ରମଣ ଭୟ ଏମାନଙ୍କ ପାଇଁ ତୁଚ୍ଛ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ର ସୀମାନ୍ତବର୍ତ୍ତୀ ହୋଇଥିବାରୁ ଗ୍ରାମାଞ୍ଚଳର ଅଧିକାଂଶ ଶ୍ରମଜୀବୀ ଦାଦନ ଖଟିବା ସକାଶେ ଆନ୍ଧ୍ର ଓ ଦକ୍ଷିଣାଞ୍ଚଳ ରାଜ୍ୟକୁ ଯାଉଥିବା ନଜିର ରହିଛି।

କରୋନା ସଂକ୍ରମଣ ଯୋଗୁଁ ସରକାରଙ୍କ ଲକ୍‌ଟଡାଉନ୍ ଓ ସଟ୍‌ଡାଉନ୍‌ କଟକଣା ଲଗିବା ଫଳରେ ଦାଦନମାନେ ନିଜ ଘରକୁ ବାହୁଡ଼ି ଆସିଥିଲେ। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଦାଦନଙ୍କୁ ନିଜ ଅଞ୍ଚଳରେ ଶ୍ରମକାର୍ଯ୍ୟ ଦେବାକୁ ବିଫଳ ହେବା ପରେ ଶ୍ରମଜୀବୀମାନେ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି।

Comment