ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସାର ଦୁର୍ନୀତି ଅଭିଯୋଗରେ ବିଭାଗୀୟ ଅଧିକାରୀ ନିଲମ୍ଵିତ। ଚାଷୀଙ୍କୁ ସାର ଯୋଗାଇବା ନେଇ ଅନିୟମିତତା କରିଥିବା ରାୟଗଡ଼ାର ୪ ଜଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିଲମ୍ଵନ କରିଥିବା ସୂଚନା ମିଳିଛି।

ନିଲମ୍ଵିତ ଅଧିକାରୀମାନେ ହେଲେ, କଲ୍ୟାଣସିଂପୁର ଲ୍ୟାମ୍ପ୍ସ ଷ୍ଟକ ଅଧିକାରୀ, ରାୟଗଡ଼ା ଲ୍ୟାମ୍ପ୍ସ ଷ୍ଟକ ଅଧିକାରୀ, କୋଲନରା ଲ୍ୟାମ୍ପ୍ସ ଶାଖା ପରିଚାଳକ ଏବଂ ରାୟଗଡ଼ା ଏମପିସିଏସ ସମ୍ପାଦକ। ଏଥିସହ ୬ ଜଣ ଘରୋଇ ଡିଲରଙ୍କ ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯାଇଛି। ଏମାନଙ୍କ ମଧ୍ୟରୁ ରାୟଗଡ଼ା ବ୍ଲକରୁ ୨ଜଣ, ମୁନିଗୁଡା ଓ ଗୁଣୁପୁର ଅଞ୍ଚଳର ୨ଜଣ ଲେଖାଏଁ ଡିଲରଙ୍କ ଲାଇସେନ୍ସକୁ ମଧ୍ୟ ରଦ୍ଦ କରିଛି ଜିଲ୍ଲା ସମବାୟ ବିଭାଗ।ଅନ୍ୟପଟେ କଲ୍ୟାଣସିଂପୁର, କୋଲନରା, ରାୟଗଡ଼ା ଓ ମୁନିଗୁଡା ଲ୍ୟାମ୍ପ୍ସର ୪ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜଣାପଡ଼ିଛି। ଚାଷୀଙ୍କୁ ଲ୍ୟାମ୍ପ୍ସରେ ସାରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ନମିଳିବାରୁ ବାରମ୍ବାର ଏ ନେଇ ଅଭିଯୋଗ ହୋଇ ଆସୁଥିଲା। ଲ୍ୟାମ୍ପସରେ କୃଷକଙ୍କୁ ରିହାତି ମୂଲ୍ୟରେ ବସ୍ତା ପିଛା ପ୍ରାୟ ୨୭୦ଟଙ୍କାରେ ସାର ମିଳୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ କଳାବଜାରୀ ମନୋଭାବ ଯୋଗୁଁ ଚାଷୀ ଲ୍ୟାମ୍ପକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ସୁଦ୍ଧା ସାର ମିଳୁନଥିଲା।BGUବସ୍ତା ପିଛା ୪୫୦ରୁ ୫୦୦ ଟଙ୍କା ଦେଇ ସାର କିଣଉଥିଲେ ଚାଷୀ। ଯେଉଁଥିପାଇଁ ଚାଷୀ ଶୋଷଣ ଶିକାର ହେଉଥିବା ଅଭିଯୋଗ ହେଉଥିଲା। ଅଭିଯୋଗ ପରେ ଏହି ବିଷୟ ପଦାକୁ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ସାର ଯୋଗାଣ ପ୍ରକ୍ରିୟାକୁ ତଦନ୍ତ କରି ୪ ବିଭାଗୀୟ ଅଧିକାରୀଙ୍କୁ ନିଲମ୍ଵନ କରିଛନ୍ତି।

Comment