ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରପଡ଼ାରୁ ନାରାୟଣ ସାହାଣୀ): ଗୁରୁବାର ମାର୍ଶାଘାଇର ଲୁଣା ନଦୀରୁ ଦୁଇ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦ୍ଵୟ କଟକ ଶିଖରପୁର ଉପର ସାହି ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ମାର୍ଶାଘାଇ ପୋଲିସ ପକ୍ଷରୁ ମୃତଦେହ ଦ୍ଵୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ଗତ ୭ ତାରିଖରେ ପ୍ରେମିକ ଜଣକ ନାବାଳିକା ପ୍ରେମିକାଙ୍କୁ ଅପହରଣ କରିଥିବା ସୂଚନା ମିଳିଛି। ନାବାଳିକାଙ୍କ ପରିବାର ଲୋକେ ମାଲଗୋଦାମ ଥାନାରେ ଯୁବକଙ୍କ ବିରୋଧରେ ୮ ତାରିଖରେ ଏକ ଅପହରଣ ମାମଲା ମଧ୍ୟ କରିଥିଲେ। ମାମଲାପରେ ଦୁହିଁଙ୍କୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଥିଲା। ପୋଲିସ ଜାଲରେ ଫସିବା ଭୟରେ ସେମାନେ ନଦୀକୁ ଡେଇଁଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ମୃତ ଯୁବକଙ୍କ ପକେଟରେ ଥିବା ମୋବାଇଲ୍ ଫୋନର ସିମ୍‌କୁ ଆଣି ଆଉ ଏକ ଫୋନ୍‌ରେ ଭର୍ତ୍ତି କରିବା ପରେ ଏକ ରିଙ୍ଗ୍ ଆସିଥିଲା। ଏହି କଲର୍ ଥିଲେ ସମ୍ପୃକ୍ତ ଯୁବକଙ୍କର ପରିବାରର ଲୋକ। ପୋଲିସ ଠାରୁ ସମସ୍ତ ଘଟଣା ଶୁଣି ମୃତକ ଜଣଙ୍କ ତାଙ୍କ ପୁଅ ବୋଲି ଜାଣି ପାରିଥିଲେ। ଏହାଛଡ଼ା ଗତ ୮ ତାରିଖରେ କଟକ ମାଲଗୋଦାମ ଥାନାରେ ତାଙ୍କ ପୁଅଙ୍କ ନାମରେ ଏକ ଅପହରଣ ମାମଲା କରାଯାଇଥିଲା ବୋଲି ଯୁବକଙ୍କ ପରିବାର ପକ୍ଷରୁ ମାର୍ଶାଘାଇ ପୋଲିସକୁ ଅବଗତ କରାଯାଇଥିଲା। ଏହାପରେ ମାର୍ଶାଘାଇ ପୋଲିସ ମାଲଗୋଦାମ ଥାନାକୁ ଖବର ଦେବାପରେ ମାଲଗୋଦାମ ଥାନା ସମସ୍ତ ଘଟଣା ସମ୍ପର୍କରେ ମାର୍ଶାଘାଇ ପୋଲିସକୁ ସୂଚନା ଦେଇଥିଲା। ଏ ସମ୍ପର୍କରେ ଖବର ପାଇ ମାଲଗୋଦାମ ଥାନା ଉଭୟ ପରିବାର ଲୋକଙ୍କୁ ଖବର ଦେଇଥିଲା। ଉଭୟ ପରିବାର ଲୋକେ ମାର୍ଶାଘାଇରେ ପହଞ୍ଚି ଉଭୟ ମୃତକଙ୍କୁ ଚିହ୍ନିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିଛି।BGUମୃତ ଯୁବକ ଜଣକ ନାମ ହେଉଛି ତୁଷାରକାନ୍ତ ଜେନା। ସେ ଏମ୍‌ବିଏ ଶେଷ ବର୍ଷର ଛାତ୍ର ଥିଲେ। ସେ ସେହି ଗାଁର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଭଲପାଉଥିଲେ। ଉଭୟ ପରିବାର ଏହାକୁ ବିରୋଧ କରୁଥିଲେ। ତେଣୁ ତୁଷାରକାନ୍ତ ଗତ ୭ ତାରିଖରେ ପ୍ରେମିକାଙ୍କୁ ଅପହରଣ କରି ଫେରାର ହୋଇଯାଇଥିଲେ। ନାବାଳିକାଙ୍କ ପରିବାରଲୋକେ ତୁଷାରକାନ୍ତଙ୍କ ବିରୋଧରେ ସ୍ଥାନୀୟ ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ।

 

Comment