ଓଡ଼ିଶାଲାଇଭ୍ ବ୍ୟୁରୋjio

ରିଲାଏନ୍ସ ଜିଓର ସବୁଠୁ ଶସ୍ତା ପ୍ରିପେଡ୍ ପ୍ଲାନ୍‌ରେ ମାତ୍ର ୩ ଟଙ୍କା ୫୦ ପଇସାରେ ମିଳୁଛି ୧ ଜିବି ଡାଟା।

ଶସ୍ତା ପ୍ରିପେଡ୍ ପ୍ଲାନ୍‌ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସବୁ ଟେଲିକମ୍‌ କମ୍ପାନିକୁ ପଛରେ ପକାଇ ଦେଇଛି। ଏଥିସହ ଜିଓ ନିଜ ଡାଟା ପ୍ଲାନ୍‌ରେ ଅନେକ ପରିବର୍ତ୍ତନ ଆଣିଛି। ତେବେ ସବୁଠୁ ଖାସ୍ କଥା ହେଉଛି ମାତ୍ର ୩.୫୦ ଟଙ୍କାରେ କମ୍ପାନି ୧ ଜିବି ଡାଟା ଅଫର୍ କରୁଛି। ଏହି ଅଫର୍ ଗ୍ରାହକଙ୍କ ପକେଟ୍‌କୁ ସୁହାଇବା ସହିତ ବେଶ୍ ଲୋକପ୍ରିୟ ହୋଇପାରିଛି। ତେବେ ଜାଣନ୍ତୁ ଏହି ପ୍ଲାନ୍ ବିଷୟରେ..

ଜିଓର ୫୯୯ ଟଙ୍କିଆ ପ୍ଲାନ୍‌ ଏବେ ସବୁଠୁ ଶସ୍ତା ପ୍ରିପେଡ୍ ପ୍ଲାନ୍‌ ଭାବେ ଉପଲବ୍ଧ ହେଉଛି। ଯଦିଓ ଆମେ ଏହାକୁ ଶସ୍ତା ପ୍ଲାନ୍‌ ବୋଲି କହିପାରିବା ନାହିଁ, କିନ୍ତୁ ୧ ଜିବି ଡାଟା ଦରକୁ ଦେଖିଲେ ଏହା ବହୁତ ଶସ୍ତା ଲାଗିବ।ଏହି ପ୍ଲାନ୍‌ ଦୈନିକ ୨ ଜିବି ହିସାବରେ ୮୪ ଦିନ ପାଇଁ ଉପଲବ୍ଧ ହୋଇଥାଏ। ତେଣୁ ୧ ଜିବି ଡାଟା ପାଇଁ ମାତ୍ର ୩.୫୭ ଟଙ୍କା ଦେବାକୁ ପଡ଼େ। ସେହି ହିସାବରେ ଦେଖିଲେ ଏହି ପ୍ଲାନ୍‌ ଗ୍ରାହକଙ୍କୁ ପାଖାପାଖି ୧୬୮ ଜିବି ଡାଟା ପ୍ରଦାନ କରିଥାଏ।

ଜିଓର ଏହି ପ୍ଲାନ୍ ଆହୁରି ଅନେକ ସୁବିଧା ମଧ୍ୟ ପ୍ରଦାନ କରୁଛି। ଏଥିରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍ ଅନ୍‌-ନେଟ୍ କଲିଂ, ଅଫ୍-ନେଟ୍ କଲିଂ ପାଇଁ ୩,୦୦୦ ମିନିଟ୍ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମିଳୁଛି। ଏଥିସହ ଜିଓ ଆପ୍‌ ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ଦିଆଯାଉଛି।BGUତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଜିଓର ୪୪୪ ଟଙ୍କିଆ ପ୍ଲାନ୍ ଅପେକ୍ଷା ୫୯୯ ଟଙ୍କିଆ ପ୍ଲାନ୍‌ ଶସ୍ତାରେ ମିଳୁଛି। ୪୪୪ ଟଙ୍କିଆ ପ୍ଲାନ୍‌ ଦୈନିକ ୨ ଜିବି ଡାଟା ହିସାବରେ ୫୬ ଦିନ ପାଇଁ ଉପଲବ୍ଧ ହେଉଛି। ତେଣୁ ଏଥିରେ ୧ ଜିବି ଡାଟା ପାଇଁ ଦେବାକୁ ପଡ଼ୁଛି ପାଖାପାଖି ୪ ଟଙ୍କା। ଅନ୍ୟପଟେ ୫୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍‌ରେ ୧ ଜିବି ପାଇଁ ପାଖାପାଖି ୩.୫୦ ଟଙ୍କା ଦେବାକୁ ପଡ଼ୁଥିବାରୁ ଏହା ଲୋକଙ୍କୁ ବେଶୀ ଆକୃଷ୍ଟ କରୁଛି।

Comment