ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ। ଦିଲ୍ଲୀ ଏମ୍ସରେ ୭୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।

ରଘୁବଂଶଙ୍କୁ ଏମ୍ସର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା।BGU

ବିହାର ରାଜନୀତିରେ ଚର୍ଚ୍ଚିତ ଚେହେରା ଥିଲେ ରଘୁବଂଶ। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା କାଳରେ ସେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ଗତ ୩୨ ବର୍ଷ ହେବ ସେ ଲାଲୁ ପ୍ରସାଦଙ୍କ ସହ ଜଡ଼ିତ  ଥିଲେ। ନିକଟରେ ସେ ଆରଜେଡି ଦଳରୁ ଇସ୍ତଫା ଦେଇଥିଲେ। ରଘୁବଂଶଙ୍କ ବିୟୋଗରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ନେତା ମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

‘‘ଗ୍ରାମ ଏବଂ କୃଷକଙ୍କ ଉନ୍ନତି ପାଇଁ ତାଙ୍କର ସେବା ଏବଂ ଉତ୍ସର୍ଗୀକୃତତା ଏବଂ ସାମାଜିକ ନ୍ୟାୟ ପାଇଁ ରଘୁବଂଶଙ୍କ ସଂଗ୍ରାମ ସର୍ବଦା ସ୍ମରଣୀୟ ହୋଇ ରହିବ’’, ଟୁଇଟରେ ଲେଖିଛନ୍ତି ରାହୁଲ।

Comment