ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଧାନସଭାର ମୌସୁମୀ ଅଧିବେଶନରେ ଏଥର ମୋଟ ୮ଟି କାର୍ଯ୍ୟଦିବସ ରହିବ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ କାରଣରୁ ଗୃହ କାର୍ଯ୍ୟ ବନ୍ଦ ରହିବ। ଏହାଛଡ଼ା ଏଥର ଶନିବାର ଓ ରବିବାର ମଧ୍ୟ ବିଧାନସଭା ଗୃହ କାର୍ଯ୍ୟ ଚାଲିବ ବୋଲି ବିଧାନସଭାର ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।BGUଚଳିତ ବର୍ଷ କରୋନା କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ବିଧାୟକମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ବସିବେ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ବିଧାୟକ ଓ ସେମାନଙ୍କର ଅଧିକାରୀମାନେ କରୋନା ଟେଷ୍ଟ କରାଇବା ବାଧ୍ୟତାମୂଳକ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୂର୍ବରୁ କହିସାରିଛନ୍ତି।ବୟସ୍କ ବିଧାୟକମାନେ ଭିଡିଓ କନଫରେନ୍ସି ମାଧ୍ୟମରେ ବିଧାନସଭାରେ ଯୋଗଦେବେ। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।  ଏଥିସହିତ ଏଥିରର ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ବୋଲି ଜଣାପଡ଼ିଛି।

Comment