ଓଡ଼ିଶାଲାଇଭ୍ ବ୍ୟୁରୋ

୮୧ ହଜାର ଆମେରିକୀୟ ଡଲାରରେ ନିଲାମ ହେଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ କେଶ ଗୁଚ୍ଛ। ଯାହର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୬୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ଆବ୍ରାହମ ଲିଙ୍କନଙ୍କୁ ହତ୍ୟା କରାଯିବା ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା। ସେହି ସମୟରେ ତାଙ୍କ ମୁଣ୍ଡରୁ ଏହି କେଶଗୁଚ୍ଛକୁ ସଂଗ୍ରହ କରାଯାଇଥିଲା। ପରେ ପରେ ଏହି କେଶଗୁଚ୍ଛକୁ ତାଙ୍କର ବିଧବା ପତ୍ନୀଙ୍କ ଜଣେ ବନ୍ଧୁଙ୍କୁ ଦିଆଯାଇଥିଲା।ଏବେ ଆମେରିକାର ବୋଷ୍ଟନ ସହରରେ ଥିବା ଆରଆର୍ ଅକ୍ସନ ଏହି କେଶଗୁଚ୍ଛର ନିଲାମ କରିଛି। ଯେଉଁଥିରେ ଜଣେ ବ୍ୟକ୍ତି ଏହାକୁ ୮୧ ହଜାର ଆମେରିକୀୟ ଡଲାର ଦେଇ କିଣିଛନ୍ତି।। ତେବେ କିଣିଥିବା ବ୍ୟକ୍ତିଜଣକର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଆବ୍ରାହମ ଲିଙ୍କନ ଆମେରିକାର ୧୬ ତମ ରାଷ୍ଟ୍ରପତି ଥିଲେ। ସେ ୧୮୬୧ରୁ ୧୮୬୫ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ହେଲେ ୧୮୬୫ ମସିହା ଅଗଷ୍ଟ ୧୪ ତାରିଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Comment