ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓର କ୍ରିକେଟ୍ ପ୍ଲାନ୍‌ଗୁଡ଼ିକରେ କ’ଣ ସବୁ ସୁବିଧା ମିଳୁଛି ଜାଣନ୍ତୁ..

ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛି। ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+, ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ସୁବିଧା ମିଳୁଛି। ଏଥିସହ ହାଇସ୍ପିଡ୍ ଡାଟା, ଭଏସ୍ କଲିଂ ଓ ଏସ୍‌ଏମ୍‌ଏସ୍ ସେବାର ମିଳିତ ଲାଭ ମଧ୍ୟ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ଗୁଡ଼ିକର ସୁଯୋଗ ନେଉଥିବା କ୍ରିକେଟପ୍ରେମୀମାନେ ଡିଜ୍‌ନି+, ହଟ୍‌ଷ୍ଟାର ଆପ୍‌ରେ ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ଡ୍ରିମ୍୧୧ ଆଇପିଏଲ୍ ମ୍ୟାଚଗୁଡ଼ିକୁ ମାଗଣାରେ ଦେଖିପାରିବେ।

ଜିଓ କ୍ରିକେଟ ପ୍ଲାନଗୁଡ଼ିକ ଅଧୀନରେ ୧ ମାସ, ୨ ମାସ, ୩ ମାସ ଏବଂ ଏକ ବର୍ଷର ବୈଧତାବିଶିଷ୍ଟ ପ୍ରିପେଡ୍ ପ୍ଲାନ୍ ଆରମ୍ଭ କରାଯାଇଛି। ପ୍ରତ୍ୟେକ ପ୍ଲାନ୍ ସହିତ ଏକବର୍ଷର ଡିଜ୍‌ନି+, ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି।jio୪୦୧ ଟଙ୍କିଆ ପ୍ଲାନ୍

୨୮ ଦିନ ବୈଧତା ପ୍ରଦାନ କରୁଥିବା ୪୦୧ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା, ଅସୀମିତ ଭଏସ୍ କଲ୍ ଏବଂ ଏକବର୍ଷର ଡିଜ୍‌ନି+, ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି।

୫୯୮ ଟଙ୍କିଆ ପ୍ଲାନ୍

୫୬ ଦିନ ବୈଧତା ରହିଥିବା ୫୯୮ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକ ବର୍ଷର ଡିଜ୍‌ନି+, ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ରହିଛି ।

୭୭୭ ଟଙ୍କିଆ ପ୍ଲାନ୍

ସେହିଭଳି ୮୪ ଦିନ ବୈଧତାବିଶିଷ୍ଟ ୭୭୭ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୧.୫ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକ ବର୍ଷର ଡିଜ୍‌ନି+, ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି ।୨,୫୯୯ ଟଙ୍କିଆ ପ୍ଲାନ୍

ବାର୍ଷିକ ପ୍ଲାନ୍ ଭାବେ ଜିଓ ପକ୍ଷରୁ ୩୬୫ ଦିନ ବୈଧତା ରହିଥିବା ୨,୫୯୯ ଟଙ୍କିଆ ପ୍ଲାନ୍ ଆରମ୍ଭ କରାଯାଇଛି। ଏଥିରେ ଦୈନିକ ୨ ଜିବି ଡାଟା ମିଳିବା ସହିତ ଅସୀମିତ ଭଏସ୍ କଲ୍ ଏବଂ ଏକ ବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ରହିଛି ।୪୯୯ ଟଙ୍କିଆ ଆଡ୍-ଅନ୍ ପ୍ୟାକ୍

ଉପରୋକ୍ତ ପ୍ଲାନ୍ ବ୍ୟତୀତ ଆଇପିଏଲ ୨୦୨୦ ଅବସରରେ କ୍ରିକେଟପ୍ରେମୀଙ୍କର ଅଧିକ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ୪୯୯ ଟଙ୍କିଆ ଡାଟା ଆଡ୍‌ ଅନ ପ୍ୟାକ୍ ଉପଲବ୍ଧ କରାଉଛି। ଏହି ପ୍ଲାନ୍ ଦୈନିକ ୧.୫ ଜିବି ଡାଟା ପ୍ରଦାନ କରିବା ସହିତ ୩୯୯ ଟଙ୍କା ମୂଲ୍ୟର ଏକବର୍ଷର ଡିଜ୍‌ନି+, ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଦେଉଛି।ଏହି ଡାଟା ଆଡ୍ ଅନ ପ୍ୟାକ୍‌ର ବୈଧତା ୫୬ ଦିନ ରହିଛି।

Comment