ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପିପିଇ କିଟ୍ ପିନ୍ଧି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ଖେଳାଳିମାନେ ୟୁଏଇରେ ପହଞ୍ଚିଛନ୍ତି। ୟୁଏଇରେ ପହଞ୍ଚିବା ପରେ ସମସ୍ତ କ୍ରିକେଟର ଏବେ କ୍ୱାରେଣ୍ଟାଇନରେ ରହିଛନ୍ତି। ୩୬ ଘଣ୍ଟା କ୍ୱାରେଣ୍ଟାଇନରେ ରହିବା ପରେ ଏହି ଖେଳାଳିମାନେ ନିଜ ଟିମ୍ ସହ ଯୋଗଦେବେ।

ଆଇପିଏଲ୍ ଦଳ କେକେଆରର ପାଟ୍ କମିନସ, ଇଆନ୍ ମୋର୍ଗାନ୍ ଓ ବାଣ୍ଟନ୍ ପିପିଇ କିଟ୍ ପିନ୍ଧି ୟୁଏଇରେ ପହଞ୍ଚିଛନ୍ତି। ତାଙ୍କର ଏଇ ଭିନ୍ନ ରୂପକୁ ଦେଖି ସେମାନଙ୍କୁ ଚିହ୍ନିବା ମୁସ୍କିଲ୍ ହୋଇଯାଇଛି। ସେହିପରି ରାଜସ୍ଥାନ ରୟାଲ୍ସ ଦଳର ଖେଳାଳି ଷ୍ଟିଭ୍ ସ୍ମିଥ୍, ଜୋଫ୍ରା ଆର୍ଚର, ଟମ୍ କରନ ଓ ଆଣ୍ଡ୍ରୁ ଟାଇ ପିପିଇ କିଟ୍ ପିନ୍ଧି ୟୁଏଇରେ ପହଞ୍ଚିଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଦଳର ଖେଳାଳି ଡେଭିଡ୍ ୱାର୍ନର ମଧ୍ୟ ଅଷ୍ଟ୍ରେଲିଆ-ଇଂଲଣ୍ଡ ସିରିଜ୍ ଶେଷ କରି ୟୁଏଇରେ ପହଞ୍ଚିଛନ୍ତି। ଏହି ସମସ୍ତ ଖେଳାଳିମାନେ ୩୬ ଘଣ୍ଟାର କ୍ୱାରେଣ୍ଟାଇନ୍ ଶେଷ କରିବା ପରେ ଦଳ ସହିତ ଯୋଗଦେବେ।

Comment