ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକ ଡାଟା ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଣିଛନ୍ତି ସବୁଠୁ ଶସ୍ତା ଡାଟା ପ୍ଲାନ୍। ଏହି ପ୍ଲାନ୍ଗୁଡ଼ିକରେ ଦୈନିକ ୨ ଜିବି ହାଇସ୍ପିଡ୍ ଡାଟା ସହିତ ମାଗଣା କଲିଂ ସୁବିଧା ମଧ୍ୟ ଉପଲବ୍ଧ। ତେବେ ଆସନ୍ତୁ ଜାଣିବା ସେହି ପ୍ଲାନ୍ଗୁଡ଼ିକ ବିଷୟରେ..
ରିଲାଏନ୍ସ ଜିଓ: ୨୪୯ ଟଙ୍କିଆ ପ୍ଲାନ୍
ରିଲାଏନ୍ସ ଜିଓର ୨୪୯ ଟଙ୍କିଆ ପ୍ଲାନ୍ରେ ଦୈନିକ ୨ ଜିବି ଡାଟା ମିଳୁଛି। ଏହି ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ। ଏଥିରେ ଡାଟା ବ୍ୟତୀତ ଦୈନିକ ୧୦୦ ଏସ୍ଏମ୍ଏସ୍ ଓ ଜିଓ ଟୁ ଜିଓ ଅନ୍ଲିମିଟେଡ୍ କଲିଂ ସୁବିଧା ପ୍ରଦାନ କରାଯାଉଛି। ଜିଓ ଛଡ଼ା ଅନ୍ୟାନ୍ୟ ନେଟ୍ଓ୍ଵର୍କ ପାଇଁ ୧୦୦୦ ମିନିଟ୍ ଫ୍ରି ଭଏସ୍ କଲ୍ ବି ଦିଆଯାଉଛି। ଏହି ପ୍ଲାନ୍ରେ ଜିଓ ସୁଟ୍ ଆପ୍ର ଫ୍ରି ଆକ୍ସେସ୍ ମଧ୍ୟ ମିଳୁଛି।
ଏୟାରଟେଲ୍: ୨୯୮ ଟଙ୍କିଆ ପ୍ଲାନ୍
ଏୟାରଟେଲ୍ର ୨୯୮ ଟଙ୍କିଆ ପ୍ଲାନ୍ରେ ୨୮ ଦିନ ପାଇଁ ମୋଟ ୫୬ ଜିବି ଡାଟା ମିଳୁଛି। ଅର୍ଥାତ୍ ଗ୍ରାହକମାନେ ଦୈନିକ ୨ ଜିବି ଡାଟା ବ୍ୟବହାର କରିପାରିବେ। ଏଥିସହ ଦୈନିକ ୧୦୦ ଏସ୍ଏମ୍ଏସ୍ ଓ ଯେକୌଣସି ନେଟ୍ଓ୍ଵର୍କକୁ ଅନ୍ଲିମିଟେଡ୍ କଲିଂ ସୁବିଧା ଦିଆଯାଉଛି। ଏହାଛଡ଼ା ଏହି ପ୍ଲାନ୍ରେ ଫ୍ରି ହେଲୋଟ୍ୟୁନ୍, ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟର, ବର୍ଷିକିଆ ଫ୍ରି ଅନ୍ଲାଇନ୍ କୋର୍ସ ସହିତ ଫ୍ରି ଓ୍ଵିଙ୍କ ମ୍ୟୁଜିକ୍ ଡାଉନଲୋଡ ସୁବିଧା ମିଳୁଛି।ଭୋଡାଫୋନ୍ ଆଇଡିଆ(VI): ୨୯୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନ୍ରେ କମ୍ପାନି ପକ୍ଷରୁ ଦୈନିକ ୨ ଜିବି ଡାଟା ହିସାବରେ ୨୮ ଦିନ ପାଇଁ ମୋଟ ୫୬ ଜିବି ଡାଟା ମିଳୁଛି। ସେହିପରି ଦୈନିକ ୧୦୦ ଏସ୍ଏମ୍ଏସ୍ ଓ ଅନ୍ଲିମିଟେଡ୍ କଲିଂ ସୁବିଧା ଦିଆଯାଉଛି। ଏହା ହେଉଛି କମ୍ପାନିର ସବୁଠୁ ଶସ୍ତା ପ୍ଲାନ୍ ଯାହାକି ଦୈନିକ ୨ ଜିବି ଡାଟା ପ୍ରଦାନ କରୁଛି।