ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାକ୍ତରମାନଙ୍କୁ ଧରାପୃଷ୍ଠରେ ଭଗବାନଙ୍କ ସହ ତୁଳନା କରାଯାଏ। ସେମାନଙ୍କ ଦ୍ୱାରା ଜଣେ ବ୍ୟକ୍ତି ମରଣ ମୁହଁରୁ ବଞ୍ଚି ଆସିପାରିଥାଏ। ବର୍ତ୍ତମାନର ପରିସ୍ଥିତିରେ ଡାକ୍ତରମାନଙ୍କୁ କୋଭିଡ୍ ଯୋଦ୍ଧା ବୋଲି ମଧ୍ୟ ବିବେଚନା କରାଯାଉଛି।

ହେଲେ ଅପରେସନ୍ ସମୟରେ ଡାକ୍ତରମାନେ କାହିଁକି ସବୁବେଳେ ନୀଳ କିମ୍ବା ସବୁଜ ରଙ୍ଗର ଡ୍ରେସକୋର୍ଡ ପିନ୍ଧିଥାନ୍ତି। ଏହାର କାରଣ କ’ଣ ଜାଣିଛନ୍ତି କି?

ବୈଜ୍ଞାନିକ କାରଣ ଅନୁସାରେ, ନୀଳ ଓ ସବୁଜ ରଙ୍ଗ ଆଖିପାଇଁ ବେଶ୍ ଉପଯୋଗୀ। ନୀଳ ରଙ୍ଗକୁ ଦେଖିବା ଦ୍ୱାରା ଆଖିକୁ ଆରାମ ମିଳିଥାଏ। ଅନ୍ୟ ରଙ୍ଗ ତୁଳନାରେ ଏହି ଦୁଇଟି ରଙ୍ଗ ଦୃଷ୍ଟିଶକ୍ତି ଓ ମାନସିକ ଚାପକୁ ଦୂର କରିବାରେ ସହାୟକ ହୋଇଥାଏ।

ଅପରେସନ୍ ସମୟରେ ଡାକ୍ତରମାନେ ଲଗାତାର ଭାବେ ରକ୍ତ ଓ ମଣିଷ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଦେଖିଥାନ୍ତି। ଯାହା ଫଳରେ ସେମାନଙ୍କର ଆଖି ଓ ମାନସିକ ଚାପ ବୃଦ୍ଧି ପାଇଥାଏ। ଏହି ସମୟରେ ସେମାନେ ଏହି ନୀଳ କିମ୍ବା ସବୁଜ ରଙ୍ଗର ଡ୍ରେସକୁ ଦେଖିଲେ ସେମାନଙ୍କର ଆଖି ଓ ମସ୍ତିଷ୍କକୁ ଆରାମ ମିଳିଥାଏ। ଘଣ୍ଟା ଘଣ୍ଟା ଧରି ଅପରେସନ୍ କରିବା ସମୟରେ ଡାକ୍ତରମାନଙ୍କ ଏହି ନୀଳ ରଙ୍ଗର ଡ୍ରେସକୋର୍ଡ ତାଙ୍କର ଆଖିକୁ ଆରାମ ଯୋଗାଇଥାଏ। ଯାହା ସେମାନଙ୍କର ମାନସିକ ଚାପକୁ ମଧ୍ୟ କମ୍ କରିଥାଏ।

ଡାକ୍ତରଖାନାର ବିଭିନ୍ନ ଆସବାସପତ୍ର ମଧ୍ୟ ନୀଳ ଓ ସବୁଜ ରଙ୍ଗର ହୋଇଥାଏ। ଯାହା ରୋଗୀମାନଙ୍କ ଆଖିକୁ ଚାପମୁକ୍ତ ରଖିବା ସହ ମାନସିକ ଚାପକୁ ଦୂର କରିଥାଏ।

LEAVE A REPLY

Please enter your comment!
Please enter your name here