ଓଡ଼ିଶାଲାଇଭ୍ ବ୍ୟୁରୋ

କିସ୍‍ ଓ କିଟ୍‍ରେ ଶୁକ୍ରବାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ କୋଭିଡ୍‍ ନିୟମ ମଧ୍ୟରେ ପାଳନ କରାଯାଇଥିଲା।

ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ପାଳନ ଅବସରରେ କିସ୍‍ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।“ସମାଜର ଦଳିତ, ଅବହେଳିତ ଓ ଜନଜାତି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ରହିଥିଲା। ଗାନ୍ଧୀଜୀଙ୍କ ଏହି ସ୍ୱପ୍ନ ଆଜି କିସ୍‍ରେ ପ୍ରକୃତରେ ପ୍ରତିଫଳିତ ହୋଇପାରିଛି”, କହିଛନ୍ତି କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କିସ୍‍ର ପରାମର୍ଶଦାତା ପ୍ରଫେସର ହରେକୃଷ୍ଣ ଶତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ସୁଆର ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଥିଲେ। ପରେ କିଟ୍‍ ପରିସରସ୍ଥ ଗାନ୍ଧୀଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

Comment