ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ କେବେ ଚାରିଗୋଡ଼ିଆ ମଣିଷ ବିଷୟରେ ଶୁଣିଛନ୍ତି କି? କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଜକୁ ପ୍ରାୟ ୧୫୨ ବର୍ଷ ପୂର୍ବେ ଏଭଳି ଏକ ଘଟଣା ଘଟିଥିଲା। ଆମେରିକାର ଜଣେ ମହିଳାଙ୍କର ଜନ୍ମରୁ ୪ଟି ଗୋଡ଼ ଥିଲା। ତେବେ ସବୁଠୁ ଖାସ୍ କଥା ହେଉଛି ବିନା କୌଣସି ଅସ୍ତ୍ରୋପଚାରରେ ସେ ପୂରା ଜୀବନ ସେହି ଚାରି ଗୋଡ଼ ସହିତ ହିଁ ବଞ୍ଚିଥିଲେ। ତେବେ ଆସନ୍ତୁ ଜାଣିବା ସେହି ସ୍ଵତନ୍ତ୍ର ମହିଳାଙ୍କ ବିଷୟରେ..୧୮୬୮ ମସିହାରେ ଆମେରିକାର ଟେନେସିରେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା ଯାହାର ଚାରିଟି ଗୋଡ଼ ଥିଲା। ଏହି ଝିଅର ନାଁ ଥିଲା ମାୟରଟଲ କର୍ବିନ୍। ମାୟରଟଲ ନିଜର ଏହି ଅସାଧାରଣ ଗୋଡ଼ ସହିତ ପ୍ରାୟ ୫୯ ବର୍ଷ ଜୀବିତ ଥିଲେ। ତାଙ୍କର ଏହି କାହାଣୀ ସାରା ବିଶ୍ଵକୁ ଆଜି ବି ଆଶ୍ଚର୍ଯ୍ୟ କରିଥାଏ।

ଡାକ୍ତରଙ୍କ କହିବା ଅନୁଯାୟୀ, ମାୟରଟଲଙ୍କ ଏହି ଦୁଇ ଅସାଧାରଣ ଗୋଡ଼ ଦୁଇଟି ସାଧାରଣ ଗୋଡ଼ଠାରୁ ଛୋଟ ଓ ଦୁର୍ବଳ ଥିଲା। ତେଣୁ ଏହି ଦୁଇ ଗୋଡ଼ ସାହାଯ୍ୟରେ ସେ ନିଜ ଶରୀରକୁ ସମ୍ପୂର୍ଣ୍ଣ ଭାବେ ସମ୍ଭାଳି ପାରୁନଥିଲେ। ତେବେ ତାଙ୍କର ଅନ୍ୟ ଦୁଇ ଗୋଡ଼ ବିଲକୁଲ୍ ଠିକ୍ ଥିଲା। ତେଣୁ ଚଲାବୁଲା କରିବାରେ ତାଙ୍କୁ କୌଣସି ଅସୁବିଧା ହେଉନଥିଲା।ମାୟରଟଲ ସାରା ବିଶ୍ଵରେ ଚାରି ଗୋଡ଼ିଆ ମହିଳା ଭାବେ ବେଶ୍ ଜଣାଶୁଣା। ଯେତେବେଳେ ତାଙ୍କୁ ମାତ୍ର ୧ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ଉପରେ ‘ମାୟରଟେଲ କର୍ବିନ୍‌ଙ୍କ ଜୀବନୀ’ ନାମକ ଏକ ପୁସ୍ତକ ମଧ୍ୟ ଲେଖାଯାଇଥିଲା।

କୁହାଯାଏ ଯେ ମାୟରଟଲଙ୍କ ଏକ ଯାଆଁଳା ଭଉଣୀ ମଧ୍ୟ ଥାଇପାରେ, ଯାହାର ଗୋଡ଼ ଦୁଇଟି ବିକଶିତ ହୋଇଥିବା ବେଳେ ଶରୀର ବିକଶିତ ହୋଇପାରିନଥିଲା। ତେଣୁ ମାୟରଟଲଙ୍କୁ ୪ ଗୋଡ଼ ସହିତ ଜନ୍ମ ହେବାକୁ ପଡ଼ିଥିଲା ଏବଂ ସାରା ଜୀବନ ସେହି ଗୋଡ଼ ସହିତ ହିଁ ବଞ୍ଚିବାକୁ ପଡ଼ିଲା।ମାୟରଟଲ ୧୯ ବର୍ଷ ବୟସରେ ଜେମ୍ସ କ୍ଲିଣ୍ଟନ ବିକନେଲ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଉଭୟଙ୍କଠାରୁ ୪ଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ। ତେବେ ମାୟରଟେଲଙ୍କର ଆଉ ଏକ ଭଉଣୀ ମଧ୍ୟ ଥିଲେ। ସେହି ଭଉଣୀଙ୍କ ନାଁ ଥିଲା ବିଲ୍ଲେ ଏନ୍। ବିଲ୍ଲେ ଏନ୍‌ ଜେମ୍ସ କ୍ଲିଣ୍ଟନ ବିକନେଲଙ୍କ ଭାଇ ଲକ୍ ବିକନେଲଙ୍କୁ ବିବାହ କରିଥିଲେ। ୧୯୨୮ରେ ଟେକ୍ସାସ୍‌ରେ ମାୟରଟଲଙ୍କ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here