ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ବିଭାଗରେ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଏହି ପୁରସ୍କାର ଏଥର ମିଳିତ ଭାବେ ୩ ଜଣଙ୍କୁ ମିଳିବ। ଏନେଇ ନୋବେଲ କମିଟିର ସେକ୍ରେଟାରୀ ଜେନେରାଲ୍ ନାଁ ଘୋଷଣା କରିଛନ୍ତି।

ରୋଜର ପେନରୋଜ୍, ରେନହାଡ୍ ଗେନଜେଲ୍ ଓ ଆଣ୍ଡରେଆ ଗେଜଙ୍କୁ ଏଥର ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ଏନେଇ ନୋବେଲ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନାଁ ଘୋଷଣା କରାଯାଇଛି।

ଗତକାଲି ମେଡିସିନ୍ ବିଭାଗରେ ମଧ୍ୟ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା। ହାର୍ଭେ ଜେ. ଅଲଟର, ମାଇକେଲ ହଟନ, ଚାର୍ଲସ ଏସ ରାଇସଙ୍କୁ ମେଡିସିନ କ୍ଷେତ୍ରରେ ୨୦୨୦ ବର୍ଷ ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଗତକାଲି ଘୋଷଣା କରାଯାଇଥିଲା। ମେଡିସିନ୍ ପରେ ଆଜି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା ହୋଇଛି।

Comment