ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ। ଏଲପିଜି ଟାଙ୍କିରେ ନିଆଁ ଲାଗିବା ସହ ଏହା ଫାଟିଯିବାରୁ ପରିସ୍ଥିତି ଭୟଙ୍କର ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ବୁଧବାର ଦିନ ୧ଟା ସମୟରେ ରାଜଭବନ ଛକ ନିକଟରେ ଥିବା ଇଣ୍ଡିଆନ୍ ପେଟ୍ରୋଲ ପମ୍ପରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ସେଠାରେ ବିସ୍ଫୋରଣ ମଧ୍ୟ ହୋଇଛି। ବିସ୍ପୋରଣରେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କ ପ୍ରାଥମିକ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିବା ସହିତ ନିଆଁକୁ ଆୟତ୍ତାଧୀନ କରିଛି। ତେବେ ଗ୍ୟାସ୍ ଫିଲିଙ୍ଗ୍ ଷ୍ଟେସନ ପାଖରେ ପେଟ୍ରୋଲ ଓ ଡିଜେଲ୍ ଟ୍ୟାଙ୍କ ଥିବାରୁ ସେଠାକୁ ଯେପରି ନିଆଁ ନଲାଗିବ ସେନେଇ ଚେଷ୍ଟା ଚାଲିଛି।

ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ଏବେ ସୁଦ୍ଧା ୮ ଜଣରୁ ଅଧିକ ରୋଗୀ  ଭର୍ତ୍ତି ହୋଇଥିବାବେଳେ ୨ ଜଣ ରୋଗୀ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Comment