ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାସ ପାଶ୍ୱାନଙ୍କ ଆଜି ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ତାଙ୍କ ପାର୍ଥିବ ଶରୀରକୁ ପାଟନା ନିଆଯିବ। ତା’ପୂର୍ବରୁ ପାଶ୍ୱାନଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ୧୨ ଜନପଥରେ ରଖାଯାଇଛି। ଏହିଠାରେ ବହୁ ନେତା ମନ୍ତ୍ରୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ଉପରାଷ୍ଟ୍ରପତି ଜେପି ନଡ୍ଡା ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଅସୁସ୍ଥତା କାରଣରୁ ରାମବିଳାସ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଗୁରୁବାର ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

Comment