ଓଡ଼ିଶାଲାଇଭ୍ ବ୍ୟୁରୋ

ହାଥରସର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସୋମବାର ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଜର ହେବେ ପୀଡ଼ିତାଙ୍କ ପରିବାର। ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ପୀଡ଼ିତଙ୍କା ମରଶରୀରକୁ ସେଦିନ ରାତିରେ କିଭଳି ଭାବେ ଦାହ କରାଯାଇଥିଲା ସେନେଇ କୋର୍ଟ ବିଚାର କରୁଛନ୍ତି। ତେଣୁ ଏଥିରେ ନିଜର ପକ୍ଷ ରଖିବାକୁ ପୀଡ଼ିତଙ୍କ ପରିବାର ଲକ୍ଷ୍ନୌ ଯିବେ।ଏହି ସମୟରେ ତାଙ୍କୁ ହାଥରସ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ। ସେମାନଙ୍କୁ ସୁରକ୍ଷିତ ସହକାରେ କୋର୍ଟରେ ହାଜର କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସୋମବାର ସକାଳୁ ସେମାନେ କୋର୍ଟରେ ହାଜର ହେବାକୁ ବାହାରିବେ ବୋଲି ପୀଡ଼ିତାଙ୍କ ଭାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ୟପଟେ ଆସନ୍ତାକାଲି ହାଥରସ୍ ପୋଲିସ୍ ଓ ପ୍ରଶାସନ ମଧ୍ୟ ଏହି ଘଟଣାକୁ ନେଇ ନିଜର ପକ୍ଷ ରଖିବେ। ସେଦିନ କିଭଳି ଭାବେ ପୀଡ଼ିତାଙ୍କ ଶବସତ୍କାର କରାଯାଇଥିଲା ପୋଲିସ୍ ସେନେଇ ଉତ୍ତର ରଖିବ।

Comment