ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ସ୍ୱାମିତ୍ୱ ଯୋଜନା (ମାଲିକାନା ସତ୍ତ୍ୱ)ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସି ମାଧ୍ୟମରେ ମୋଦୀ ଆଜି ଏହି ଜନକଲ୍ୟାଣକାରୀ ଯୋଜନାକୁ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଦେଶର ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ଯୋଗାଇ ଦିଆଯିବ।

ହିତାଧିକାରୀମାନେ ଅନଲାଇନ୍ ଜରିଆରେ ନିଜର ସ୍ୱାମିତ୍ୱ କାର୍ଡ ପାଇପାରିବେ। ଏଥିପାଇଁ ସେମାନଙ୍କ ଫୋନକୁ ଡାଉନଲୋଡିଂ ଲିଙ୍କ୍ ପଠାଯାଇଛି ସୂଚନା ମିଳିଛି।ଏହି ଯୋଜନା ଦ୍ୱାରା ଗ୍ରାମୀଣ ଲୋକମାନେ ବିଶେଷଭାବେ ଲାଭାନ୍ୱିତ ହୋଇପାରିବେ। ୬ଟି ରାଜ୍ୟର ୭୪୩ ଗାଁର ଲୋକଙ୍କୁ ଏହାର ଲାଭ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଉତ୍ତରପ୍ରଦେଶର ୩୪୬ଟି ଗାଁ, ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ୨ଟି ଗାଁକୁ ସାମିଲ କରାଯାଇଛି।

ମହାରାଷ୍ଟ୍ରକୁ ଛାଡ଼ି ଅନ୍ୟ ସବୁ ରାଜ୍ୟର ହିତାଧିକାରୀଙ୍କୁ ଗୋଟିଏ ଦିନ ଭିତରେ ଏହି କାର୍ଡ ଯୋଗାଇଦିଆଯିବ। ମହାରାଷ୍ଟ୍ର ସରକାର ଏହା ଉପରେ ସାମାନ୍ୟ କିଛି ଶୁଳ୍କ ଲାଗୁ କରୁଥିବାରୁ ସେଠାକାର ହିତାଧିକାରୀଙ୍କୁ ଏହା ପରେ ଯୋଗାଇ ଦିଆଯିବ।

Comment