ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଆମେରିକା ଭିତରେ ମଜଭୁତ୍ ସମ୍ପର୍କ ଗଢ଼ିତୋଳିବା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ପ୍ରସିଦ୍ଧ ‘ଲିଜନ୍ ଅଫ୍ ମେରିଟ୍’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। ମୋଦୀଙ୍କ ତରଫରୁ ଭାରତୀୟ ଆମ୍ବାସଡର ତରଣଜୀତ୍ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଲିଜନ ଅଫ୍ ମେରିଡ୍ ଆମେରିକାର ଏକ ସମ୍ମାନଜନକ ପୁରସ୍କାର। ଏହା ଆମେରିକାର କୌଣସି ସେନା ଅଧିକାରୀ କିମ୍ବା ଦେଶର କିଛି ଖାସ୍ ଲୋକଙ୍କୁ ପ୍ରଦାନ କରାଯାଇଥାଏ। ନଚେତ୍ ଅନ୍ୟ କେଉଁ ଦେଶର ମୁଖ୍ୟଙ୍କୁ ମଧ୍ୟ ଆମେରିକା ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ଚଳିତ ବର୍ଷ ଭାରତ-ଆମେରିକା ଭିତରେ ସମ୍ପର୍କ ଦୃଢ଼ୀଭୂତ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କ ସହ ଅଷ୍ଟ୍ରେଲିଆ ରାଷ୍ଟ୍ରପତି ସ୍କଟ୍ ମୋରିସନ୍ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ଭାରତ-ଆମେରିକା ଭିତରେ ସମ୍ପର୍କ ନିବିଡ଼ ହୋଇଛି। ହାୱଡି ମୋଦୀ କାର୍ଯ୍ୟକ୍ରମଠୁ ଆରମ୍ଭ କରି ନମସ୍ତେ ଟ୍ରମ୍ପ ଭଳି କାର୍ଯ୍ୟକ୍ରମ ଏହି ସମୟରେ ଦେଖିବାକୁ ମିଳିଛି। ଏହାସହ ମୋଦୀ-ଟ୍ରମ୍ପଙ୍କ ଯୋଡ଼ିକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହୋଇଛି।

Comment