ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ଆଡଭୋକେଟ ଜେନେରାଲଙ୍କୁ ସମସ୍ତ ମୂର୍ତ୍ତିର ତଥ୍ୟ ଦେବାକୁ ଶୁକ୍ରବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ତଥ୍ୟକୁ ଆଧାର କରି ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ସମସ୍ତ ମୂର୍ତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବାକୁ କୋର୍ଟ କହିଛନ୍ତି। ୯ଟି ମୂର୍ତ୍ତିର ଉଚ୍ଚତା ଅଧିକ ରହିଥିବା ନେଇ ପୋଲିସ କମିସନର ଶୁକ୍ରବାର ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ।

ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା କେତେ ହେବ ତାହାକୁ ନେଇ ବେଶ୍ କିଛିଦିନ ହେଲା ବିବାଦ ଲାଗିରହିଛି। ଏଥିପାଇଁ ବିଭିନ୍ନ ପୂଜାକମିଟିମାନେ କୋର୍ଟରେ ମାମଲା କରିଛନ୍ତି। ଶୁକ୍ରବାର ଏହି ମାମଲାର ଶୁଣାଣି କରି ଆଡଭୋକେଟ ଜେନେରାଲଙ୍କୁ ସମସ୍ତ ମୂର୍ତ୍ତିର ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

Comment