ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ରାମପୁର ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। କୋଇଲା ଚୁଲାରୁ ନିଆଁ ଲାଗି ଏକ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଦମ୍ପତି ହେଲେ ଗିରିବର ଦାସ ଏବଂ ପତ୍ନୀ ଗୀତା ଦାସ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ଆଜି ଭୋର ସମୟରେ ଗୀତା କୋଇଲା ଚୁଲାକୁ ଘର ଭିତରକୁ ନେଉଥିଲେ। ଏହି ସମୟରେ ଅସାବଧାନତାବଶତଃ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ଗୀତାଙ୍କ ଚିତ୍କାର ଶୁଣି ଗିରିବର ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ଦୁର୍ଭାଗ୍ୟବଶତଃ ଗିରିଧର ମଧ୍ୟ ନିଆଁରେ ଜଳିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବ୍ରଜରାଜନଗର ଥାନା ଅଧିକାରୀ ଓ ରାମପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Comment