ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଳନାଥଙ୍କ ଏକ ବୟାନକୁ ନେଇ ଏବେ ସ୍ଥିତି ସରଗରମ। ପରିସ୍ଥିତି ଏପରି ହେଲାଣି ଯେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ନେଇ ନିଜର ତୀବ୍ର ପ୍ରତିକ୍ରିୟା ରଖିବା ସହ ମୌନବ୍ରତ କରି ଏହାକୁ ବିରୋଧ କରିଛନ୍ତି।

ମଧ୍ୟପ୍ରଦେଶରେ ଏବେ ଉପନିର୍ବାଚନ ହେବାକୁ ଯାଉଛି। ଏଥିରେ ବିଜେପିର ମହିଳା ପ୍ରାର୍ଥୀ ଇମରାତୀ ଦେବୀଙ୍କୁ କମଳନାଥ ‘ଆଇଟମ୍’ ବୋଲି କହିଛନ୍ତି। ଯାହାକୁ ନେଇ ବିବାଦ ଦେଖିବାକୁ ମିଳିଛି। କମଳନାଥଙ୍କ ଏହି ମନ୍ତବ୍ୟକୁ ବିଜେପି ନିନ୍ଦା କରିଥିବାବେଳେ ତାଙ୍କ ବିରୋଧରେ ମୌନବ୍ରତ କରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଜ୍ୟ ବିଜେପି ସଭାପତି ବିଡି ଶର୍ମା, ଜ୍ୟୋତିରାଦିତ୍ୟ ସିନ୍ଧିୟା ପ୍ରମୁଖ ମୌନବ୍ରତରେ ଅଛନ୍ତି।ଏହି ଘଟଣା ପରେ ବିଜେପି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି। କମଳନାଥଙ୍କ ପ୍ରଚାର କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇବାକୁ ବିଜେପି ଦାବି କରିଛି। ଅନ୍ୟପଟେ କଂଗ୍ରେସ କର୍ମୀମାନେ ଏହାକୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। କମଳନାଥ ଇମରାତୀଙ୍କର ନାଁ ନେଇନାହାଁନ୍ତି । ବିଜେପି ଶସ୍ତା ରାଜନୀତି ଚଲେଇଛି ବୋଲି ସେମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here