ଓଡ଼ିଶାଲାଇଭ୍ ବ୍ୟୁରୋ

 

ଗ୍ରାହକଙ୍କୁ ଶସ୍ତା ପ୍ଲାନ୍ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ଅନ୍ୟ କମ୍ପାନିଠାରୁ ସବୁବେଳେ ଆଗରେ ରହିଥାଏ। କିନ୍ତୁ ନିକଟରେ କମ୍ପାନି ନିଜ ଭିଆଇପି ପ୍ଲାନ୍‌ର ଦାମ୍ ବଢ଼ାଇଦେଇଛି। ତେବେ କେଉଁ ପ୍ଲାନ୍‌ର ଦାମ୍ ବଢ଼ିଛି ଏବଂ ଏଥିପାଇଁ କେତେ ଟଙ୍କା ଦେବାକୁ ପଡ଼ିବ ଜାଣନ୍ତୁ…

ଜିଓ ନିଜ ୨୨୨ ଟଙ୍କିଆ ଭିଆଇପି ପ୍ଲାନ୍‌ର ଦର ବଢ଼ାଇ ଦେଇଛି। ଏହି ପ୍ଲାନ୍‌କୁ କିଛି ମାସ ତଳେ ଲଞ୍ଚ୍ କରାଯାଇଥିଲା। ଏହି ପ୍ଲାନ୍‌ ପାଇଁ ଏଣିକି ଗ୍ରାହକଙ୍କୁ ୨୫୫ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍ ପୂର୍ବାପେକ୍ଷା ଏହି ପ୍ଲାନ୍‌ ପାଇଁ ୩୩ ଟଙ୍କା ଅଧିକ ଦେବାକୁ ହେବ।ଜିଓର ଏହି ପ୍ଲାନ୍ ଆପଣଙ୍କ ବେସ୍‌ ପ୍ଲାନ୍‌ର ଆଡ୍-ଅନ୍ ପ୍ୟାକ୍ ପରି କାମ କରିବ। ଏଥିରେ ଏକ ବର୍ଷ ପାଇଁ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ। ତେବେ ଏହି ପ୍ଲାନ୍‌କୁ ବ୍ୟବହାର କରିବାକୁ ହେଲେ ୟୁଜରଙ୍କ ଆକାଉଣ୍ଟରେ ବେସ୍ ଭଏସ୍ କଲିଂ ପ୍ଲାନ୍‌କୁ ନିଷ୍କ୍ରିୟ(Inactivate) କରିବାକୁ ପଡ଼ିବ।

ଗୋଟିଏ ଥର ରିଚାର୍ଜ କରିବା ପରେ ୟୁଜରଙ୍କୁ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଆପ୍‌ଡାଉନଲୋଡ କରିବାକୁ ହେବ। ଏହାପରେ ଜିଓ ନମ୍ବରକୁ ଆସିଥିବା ଓଟିପି ସାହାଯ୍ୟରେ ଲଗ୍‌ ଇନ୍ କରିବାକୁ ପଡ଼ିବ।

ଏହି ପ୍ରିପେଡ୍ ପ୍ଲାନ୍‌ରେ ଗ୍ରାହକଙ୍କୁ ୧୫ ଜିବି ହାଇସ୍ପିଡ୍ ଡାଟା ମିଳିବ। ତେବେ ଏହି ପ୍ଲାନ୍ ବେସ୍ ପ୍ଲାନ୍‌ର ଭାଲିଡିଟି ସହିତ ଶେଷ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment