ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କରୋନା ଯୋଗୁଁ ଏଥର ରାବଣପୋଡ଼ି ଉତ୍ସବ ହେବନାହିଁ। ପ୍ରଥମଥର ପାଇଁ ଡିଜିଟାଲ୍ ପ୍ଲାଟଫର୍ମରେ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଆୟୋଜକ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ। ଫେସ୍‌ବୁକ୍ ଓ ୟୁଟ୍ୟୁବ୍ ମାଧ୍ୟମରେ ଆସନ୍ତା ୨୬ ତାରିଖରେ ଏହାର ପ୍ରସାରଣ କରାଯିବ ବୋଲି ପରିଷଦର ଆବାହକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି।

‘ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ’ ପେଜ୍‌ରେ କ୍ଲିକ୍ କରିବା ପରେ ଏହା ଉପଲବ୍ଧ ହେବ। ଏହି ଅବସରରେ ଓଡ଼ିଶୀ, ବେଙ୍ଗଲି, ସମ୍ବଲପୁରୀ, ଝୁମର, ବିହୁ, ରାଜସ୍ଥାନୀ, ଦାଣ୍ଡିଆ ଏବଂ ଲାଭାନି ନୃତ୍ୟ ପରିବେଷଣ କରାଯିବ। ଏସବୁ ରେକର୍ଡିଂ ଶେଷ ହୋଇଥିବା ବେଳେ ପୂର୍ବ ବର୍ଷର ରାବଣପୋଡ଼ି ଦୃଶ୍ୟକୁ ଶେଷକୁ ପ୍ରଦର୍ଶନ କରାଯିବାକୁ ଯୋଜନା କରାଯାଇଛି।

ଆଜକୁ ୩୦ବର୍ଷ ଧରି ପ୍ରତିବର୍ଷ ବିଜୟା ଦଶମୀ ଅବସରରେ ତଳ ବାଲିଯାତ୍ରା ପଡ଼ିଆରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହୋଇଆସୁଛି। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଆତସବାଜୀ ଦେଖିବାକୁ ମିଳେ। ପ୍ରାୟ ୨୦ ହଜାର ଦର୍ଶକ ଏକାଠି ହୁଅନ୍ତି। କିନ୍ତୁ ଚଳିତବର୍ଷ କରୋନା ଯୋଗୁ ଏ ସବୁ ସମ୍ଭବ ହୋଇନାହିଁ। ତେଣୁ ପରମ୍ପରା ରକ୍ଷା କରିବାକୁ ଡିଜିଟାଲ୍ ଉପାୟରେ ରାବଣପୋଡ଼ି ଉତ୍ସବ ଆୟୋଜନ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି।

Comment