ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ପୁରପଲ୍ଲୀରେ କରୋନା କଟକଣା ମଧ୍ୟରେ ଦେବୀ ଦୁର୍ଗାଙ୍କ ପୂଜା ଆରାଧାନା ଚାଲିଛି। ଜିଲ୍ଲାର ସମସ୍ତ ତନ୍ତ୍ର ଓ ଶକ୍ତିପୀଠରେ ଦେବୀଙ୍କ ପାରମ୍ପରିକ ନବରାତ୍ରୀ ପୂଜାବିଧି ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ାର ଅଧିଷ୍ଠାତ୍ରୀ ଠାକୁରାଣୀ ଉମାଦେବୀ, ବାହାଡାଶୁଣୀ, ରଣପୁରଗଡ଼ର ଦେବୀ ମଣୀନାଗ, ଗଣିଆଁରେ କଳାପାଟ୍ଟ କଣ୍ଟିଲୋର ଶ୍ୟାମାକାଳୀ ଏବଂ ମା’ ଦକ୍ଷିଣକାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର ଆୟୋଜନ ହୋଇଛି।

କରୋନା କଟକଣା ମଧ୍ୟରେ ଦେବୀ ଦୁର୍ଗାଙ୍କ ମୃଣ୍ମୟମୃର୍ତ୍ତିକୁ ପୂଜାମଣ୍ଡପରେ ଆବାହାନ କରାଯାଇଛି। ଦୁର୍ଗାମଣ୍ଡପଗୁଡ଼ିକରେ ଷଷ୍ଠୀ ଓ ମହାସପ୍ତମୀରୁ ମା’ଙ୍କ ପୂଜା ଆରାଧନା କରାଯାଇଛି। ଶ୍ରଦ୍ଧା ଓ ବିଶ୍ୱାସର ସହ ଶ୍ରଦ୍ଧାଳୁମାନେ ମା’ଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି। ମହାମାରୀ କରୋନା ରୂପକ ଅସୁରକୁ ଧରାପୃଷ୍ଠରୁ ବିନାଶ କରି ଭକ୍ତଜନଙ୍କୁ ବିପଦରୁ ଉଦ୍ଧାର ନିମନ୍ତେ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ନୟାଗଡ଼ ସହରର ସାର୍ବଜନୀନ ଦୁର୍ଗାପୂଜା କମିଟି ପଠାଣୀସାମନ୍ତ ଅଡ଼ିଟୋରିୟମ ସାମ୍ନା ମଣ୍ଡପରେ ମ’ ଦଶଭୂଜାଙ୍କ ପୂଜା ଆୟୋଜନ କରିଛନ୍ତି। ଜିଲ୍ଲାର ଓଡ଼ଗାଁ, ଶରଣକୁଳ, ଭାପୁର, ନିମାଣୀ, ଦଶପଲ୍ଲା ଆଦି ବିଭିନ୍ନ ସ୍ଥାନରେ ମହିଷାମର୍ଦ୍ଦିନୀ ଆବାହନ କରାଯାଇ ଶୋଡ଼ଷ ଉପଚାର ବିଧିରେ ମା’ଙ୍କ ପୂଜା ପାଳିତ ହୋଇଛି।

Comment