ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାହକମାନଙ୍କୁ ଶସ୍ତା ପ୍ଲାନ୍ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସବୁବେଳେ ଆଗରେ ରହିଥାଏ। ତେବେ ଜିଓ ଏବେ ଏମିତି ଏକ ପ୍ଲାନ୍‌ ପ୍ରଦାନ କରୁଛି ଯେଉଁଥିରେ ଡାଟା, ମାଗଣା କଲିଂ ପରି ଅନେକ ସୁବିଧା ମିଳୁଛି। ସବୁଠୁ ଖାସ୍ କଥା ହେଉଛି ଏହି ପ୍ଲାନ୍ ଦେଢ଼ ଶହ ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି। ତେବେ ଜାଣନ୍ତୁ ସେହି ପ୍ଲାନ୍ ବିଷୟରେ…

ଜିଓ ନିଜ ଗ୍ରାହକମାନଙ୍କ ପାଇଁ ୧୪୯ ଟଙ୍କିଆ ପ୍ଲାନ୍ ଆଣିଛି। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨୪ ଦିନ ପାଇଁ ୨୪ ଜିବି ଡାଟା ମିଳୁଛି। ଅର୍ଥାତ୍ ଏହି ପ୍ଲାନ୍‌ରେ ଦିନକୁ ୧ ଜିବି ଡାଟା ଦିଆଯାଉଛି। ଏହାଛଡ଼ା ଏଥିରେ ଗ୍ରାହକଙ୍କୁ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ପ୍ରଦାନ କରାଯାଉଛି।jioଏହି ପ୍ଲାନ୍‌ରେ ‘ଜିଓ ଟୁ ଜିଓ’ ଅନ୍‌ଲିମିଟେଡ୍ ମାଗଣା କଲିଂ ସୁବିଧା ଉପଲବ୍ଧ ହେଉଛି। ଅନ୍ୟାନ୍ୟ ନେଟ୍‌ଓ୍ଵର୍କକୁ କଲ୍ କରିବା ପାଇଁ ଏଥିରେ ୩୦୦ ମିନିଟ୍ ଦିଆଯାଉଛି।

ଖାଲି ସେତିକି ନୁହେଁ, ଏହି ପ୍ଲାନ୍‌ ଜରିଆରେ ଜିଓ ନିଜ ଗ୍ରାହକଙ୍କୁ ଜିଓ ଆପ୍‌ର ମାଗଣା ଆକ୍ସେସ୍ ସୁବିଧା ଦେଉଛି। ଏଥିରେ ଗ୍ରାହକମାନଙ୍କ ପାଇଁ ଜିଓ ସାଓ୍ଵନ, ଜିଓ ସିନେମା ପରି ଆପ୍ ଉପଲବ୍ଧ ଅଛି।

Comment