ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ନିଜ ପ୍ରିପେଡ୍ ଗ୍ରାହକଙ୍କୁ ବହୁତଗୁଡ଼ିଏ ଶସ୍ତା ପ୍ଲାନ୍ ପ୍ରଦାନ କରୁଛି। ଏହି ପ୍ଲାନ୍‌ଗୁଡ଼ିକରେ ଅନ୍‌ଲିମିଟେଡ୍ କଲିଂ, ହାଇସ୍ପିଡ୍ ଡାଟା ସମେତ ଆହୁରି ଅନେକ ପ୍ରକାର ସୁବିଧା ମିଳୁଛି। ଜାଣନ୍ତୁ ସେମିତି କିଛି ପ୍ଲାନ୍ ବିଷୟରେ ଯାହା ୨୫୦ ଟଙ୍କାରୁ କମ୍‌ ମୂଲ୍ୟରେ ଉପଲବ୍ଧ ହେଉଛି।

୧୨୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍ କମ୍ପାନିର ସବୁଠୁ ଶସ୍ତା ପ୍ଲାନ୍। ଏଥିରେ ଅନ୍‌-ନେଟ୍ ମାଗଣା କଲିଂ, ଅଫ୍-ନେଟ୍ କଲିଂ ପାଇଁ ୧୦୦୦ ମିନିଟ୍, ୩୦୦ ଏସ୍‌ଏମ୍‌ଏସ୍ ଓ ୨ ଜିବି ହାଇସ୍ପିଡ୍ ଡାଟା ଦିଆଯାଉଛି। ଏଥିସହ ଏହି ପ୍ଲାନ୍‌ରେ ଜିଓ ସିନେମା ଓ ଜିଓ ଟିଭି ପରି ଜିଓ ଆପ୍‌ ଆକ୍ସେସ୍ ସୁବିଧା ମିଳୁଛି। ଏହି ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ ହେଉଛି।୧୪୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍ ୨୪ ଦିନ ପାଇଁ ଉପଲବ୍ଧ ହେଉଛି। ଏଥିରେ ଦୈନିକ ୧ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମିଳୁଛି। ଏଥିସହ ଅନ୍‌-ନେଟ୍ ମାଗଣା କଲିଂ, ଅଫ୍-ନେଟ୍ କଲିଂ ପାଇଁ ୩୦୦ ମିନିଟ୍ ଦିଆଯାଉଛି। ଏଥିସହ ଜିଓ ଆପ୍‌ର ମାଗଣା ଆକ୍ସେସ୍ ସୁବିଧା ପ୍ରଦାନ କରାଯାଉଛି।

୧୯୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ ୨୮ ଦିନ ପାଇଁ ଉପଲବ୍ଧ। ଏଥିରେ ଦୈନିକ ୧.୫ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍ ମିଳୁଛି। ସେହିପରି ଅନ୍-ନେଟ୍ ମାଗଣା କଲିଂ, ଅଫ୍-ନେଟ୍ କଲିଂ ପାଇଁ ୧,୦୦୦ ମିନିଟ୍ ଓ ଜିଓ ଆପ୍‌ ସୁବିଧା ପ୍ରଦାନ କରାଯାଉଛି।୨୪୯ ଟଙ୍କିଆ ପ୍ଲାନ୍

ଜିଓର ୨୪୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍ ଦିଆଯାଉଛି। ଏହି ପ୍ଲାନ୍‌ ୨୮ ଦିନ ପାଇଁ ଉପଲବ୍ଧ ହେଉଛି। ଏଥିସହ ମାଗଣା ଅନ୍-ନେଟ୍ କଲିଂ, ଅଫ୍-ନେଟ୍ କଲିଂ ପାଇଁ ୧,୦୦୦ ମିନିଟ୍ ଓ ଜିଓ ଆପ୍‌ର ମାଗଣା ଆକ୍ସେସ୍ ସୁବିଧା ମିଳୁଛି।

Comment