ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆସନ୍ତା ନଭେମ୍ବର ୧୬ରୁ ସ୍କୁଲ ଖୋଲିବ। ଶନିବାର ଜାରି ହୋଇଥିବା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ ଅନୁଯାୟୀ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ବୋଲି ସୂଚନା ମିଳିଛି।

ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଏସ୍‌ଓପି ଜାରି ହେବ। କେଉଁ ସବୁ ଗାଇଡ୍‌ଲାଇନ୍ ଅଧୀନରେ ସ୍କୁଲ ଖୋଲିବ ସେସବୁ ଏହି ଏସ୍‌ଓପିରେ ଉଲ୍ଲେଖ ରହିବ ବୋଲି ସରକାର ସୂଚନା ଦେଇଛନ୍ତି।ତେବେ ନବମରୁ ଦ୍ଵାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ତାରିଖ ଯାଏଁ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଅନ୍ୟପଟେ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍ କଟକଣା ଜାରି ରହିବ ବୋଲି ସୂଚନା ମିଳିଛି।

କରୋନା ମହାମାରୀ ଯୋଗୁ ଦୀର୍ଘ ୭ ମାସ ହେବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ ବୋଲି କହିଥିଲେ।

Comment