ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲିଜ୍ ହୋଇଛି ଆଲବମ୍ ଷ୍ଟାର ଶୈଳେନ୍ଦ୍ରଙ୍କ ନୂଆ ଗୀତ ‘ତୁ ମତେ ଭଲ ଯେ ପାଉ’। କଳିଙ୍ଗ ପ୍ରଡକ୍ସନର ୟୁଟ୍ୟୁବ୍ ପେଜରେ ଏହି ଭିଡିଓଟିକୁ ସୋମବାର ରିଲିଜ୍ କରାଯାଇଛି। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରୁଥିବା ନଜର ଆସିଛି।

ଏଥିରେ ଶୈଳେନ୍ଦ୍ର ଓ ହିମାଗ୍ନିଙ୍କୁ ଏକ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି। ଗୀତଟିକୁ ସ୍ମୃତି ଆର୍ ନିର୍ଦ୍ଦେଶନା ଦେଇଥିବାବେଳେ, ଏହାକୁ କ୍ୟାମେରା ଲେନ୍ସରେ କଏଦ କରିଛନ୍ତି ଅକ୍ଷୟ କୁମାର ନାୟକ।

କଳିଙ୍ଗ ପ୍ରଡକ୍ସନର ଏକ ବର୍ଷ ପୂର୍ତ୍ତି ଅବସରେ ଏହି ମ୍ୟୁଜିକ୍ ଭିଡିଓଟିକୁ ରିଲିଜ୍ କରାଯାଇଛି। ଏହାପୂର୍ବରୁ ଏହି ପ୍ରଡକ୍ସନର ମୋ ପ୍ରେମର ନାୟିକା, ପ୍ରେମ ହେଇଯାଏ ସେତେଥର ଭଳି ଗୀତ ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହୋଇସାରିଛି। ତେବେ ଶୈଳେନ୍ଦ୍ର ଓ ହିମାଗ୍ନିଙ୍କ ଏହି ମ୍ୟୁଜିକ୍ ଭିଡ଼ିଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି କୁହାଯାଇଛି।

Comment