ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମ କୋର୍ଟ ଅଧୀନରେ ବ୍ରାଞ୍ଚ୍ ଅଫିସର ଏବଂ ଜୁନିଅର କୋର୍ଟ ଆସିଷ୍ଟାଣ୍ଟ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୬ ନଭେମ୍ଵର ପୂର୍ବରୁ ଆବେଦନ କରିପାରିବେ।
ପଦବୀ ନାମ ଏବଂ ସଂଖ୍ୟା
- ବ୍ରାଞ୍ଚ୍ ଅଫିସର – ୪ଟି
- ଜୁନିଅର କୋର୍ଟ ଆସିଷ୍ଟାଣ୍ଟ – ୩ଟି
ଆବଶ୍ୟକୀୟ ଯୋଗ୍ୟତା
- ବ୍ରାଞ୍ଚ୍ ଅଫିସର – ଯେକୌଣସି ସରକାରୀ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଂ କିମ୍ଵା କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।
- ଜୁନିଅର କୋର୍ଟ ଆସିଷ୍ଟାଣ୍ଟ – ଯେକୌଣସି ସରକାରୀ ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ବ୍ୟାଚେଲର ଡିଗ୍ରୀ କିମ୍ଵା କମ୍ପ୍ୟୁଟର ଆପ୍ଲିକେସନରେ ୬୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
ଆବେଦନ ପାଇଁ ବୟସ ସୀମା
- ବ୍ରାଞ୍ଚ୍ ଅଫିସର – ସର୍ବନିମ୍ନ ୩୦ ବର୍ଷରୁ ସର୍ବାଧିକ ୪୫ ବର୍ଷ
- ଜୁନିଅର କୋର୍ଟ ଆସିଷ୍ଟାଣ୍ଟ – ସର୍ବନିମ୍ନ ୨୧ ବର୍ଷରୁ ସର୍ବାଧିକ ୩୦ ବର୍ଷ
ଦରମା
- ବ୍ରାଞ୍ଚ୍ ଅଫିସର – ୬୭,୭୦୦ ଟଙ୍କା (ମାସିକ)
- ଜୁନିଅର କୋର୍ଟ ଆସିଷ୍ଟାଣ୍ଟ – ୩୫,୪୦୦ ଟଙ୍କା (ମାସିକ)
ଆବେଦନର ଶେଷ ତାରିଖ – ୬ ନଭେମ୍ଵର ୨୦୨୦