ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ଲାନ୍ ଲଞ୍ଚ୍ କରିଛି। ଏଥିରେ ଗ୍ରାହକଙ୍କୁ ନିଜ ରିଚାର୍ଜ ପ୍ଲାନ୍‌ର ଭାଲିଡିଟି ବଢ଼ାଇବାକୁ ସୁବିଧା ମିଳୁଛି। ସବୁଠୁ ଖାସ୍ କଥା ହେଉଛି ରିଚାର୍ଜ ପ୍ଲାନ୍‌ର ଭାଲିଡିଟିକୁ ଆଉ ୨୮ ଦିନ ଯାଏଁ ବଢ଼ାଇବା ପାଇଁ ଆପଣଙ୍କୁ ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଏହି ନୂଆ ପ୍ଲାନ୍ ବିଷୟରେ…

ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ୫୯୮ ଓ ୫୯୯ ଟଙ୍କିଆ ପ୍ଲାନ୍ ଲଞ୍ଚ୍ କରିଛି। ଜିଓର ଏହି ଦୁଇ ପ୍ଲାନ୍‌ରେ ଦୈନିକ ୨ ଜିବି ହାଇସ୍ପିଡ୍ ଡାଟା ମିଳୁଛି। ଏହାଛଡ଼ା ଏହି ପ୍ଲାନ୍‌ରେ ଜିଓ ନେଟ୍‌ଓ୍ଵର୍କକୁ କଲ୍ କରିବା ପାଇଁ ୨୦୦FUP ମିନିଟ୍ ଦିଆଯାଉଛି।ଏଥିସହ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମଧ୍ୟ ମିଳୁଛି। ଏହାଛଡ଼ା ଜିଓ ଆପ୍ ସବ୍‌ସ୍କ୍ରିପ୍‌ସନ୍ ବି ଦିଆଯାଉଛି। ଜିଓର ଏହି ପ୍ଲାନ୍‌ରେ ଅତିରିକ୍ତ ଚାର୍ଜ ବିନା ବର୍ଷେ ପାଇଁ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ପ୍ରଦାନ କରାଯାଉଛି।

ପ୍ଲାନ୍ ଦୁଇଟିରେ ପାର୍ଥକ୍ୟ

ଏହି ଦୁଇ ପ୍ଲାନ୍‌ ଭିତରେ ମାତ୍ର ୧ ଟଙ୍କାର ଫରକ୍ ରହିଛି। ଏହି ୧ ଟଙ୍କା ଉପରେ ପ୍ଲାନ୍‌ର ଉପଲବ୍ଧତା ନିର୍ଭର କରୁଛି। କହିବାର ତାତ୍ପର୍ଯ୍ୟ ହେଉଛି- ଜିଓର ୫୯୮ ଟଙ୍କିଆ ପ୍ଲାନ୍‌ ୫୬ ଦିନ ପାଇଁ ଉପଲବ୍ଧ ହେଉଥିବା ବେଳେ ୫୯୯ ଟଙ୍କିଆ ପ୍ଲାନ୍‌ଟି ୮୪ ଦିନ ପାଇଁ ମିଳୁଛି। ଅର୍ଥାତ୍, ଉଭୟ ପ୍ୟାକ୍ ମଧ୍ୟରେ ୨୮ ଦିନର ଅନ୍ତର ରହୁଛି।ତେଣୁ ମାତ୍ର ୧ ଟଙ୍କା ଅଧିକ ଖର୍ଚ୍ଚ କଲେ ଆପଣଙ୍କ ପ୍ଲାନ୍‌ର ଭାଲିଡିଟି ୨୮ ଦିନ ଯାଏଁ ବଢ଼ିଯିବ। ଏଥିସହ ଆପଣ ସମାନ ସୁବିଧା ମଧ୍ୟ ପାଇପାରିବେ।

ସେଥିପାଇଁ ଆପଣ ଯେତେବେଳେ ବି କୌଣସି ପ୍ଲାନ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ପ୍ରଥମେ ତା’ ବିଷୟରେ ଭଲ ଭାବେ ଯାଞ୍ଚ୍ କରନ୍ତୁ। କାରଣ ବେଳେବେଳେ ଏହି ପ୍ଲାନ୍‌ଗୁଡ଼ିକରେ ଅନେକ ଆକର୍ଷଣୀୟ ଅଫର ମିଳିଯାଏ।

Comment