ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ରାଜ୍ୟରେ ଦୀପାବଳି ପାଳନ କରିବା ଉପରେ କଟକଣା ଲଗାଯାଇଛି ତେଣୁ ବାଣ ଫୁଟାଇବା ଏବଂ ବିକ୍ରି ଉଭୟ ଉପରେ ରୋକ୍ ଲଗାଯାଇଛି। ଯେଉଁଥିପାଇଁ ଏଥର ରାଜଧାନୀ ଭୁବନେଶ୍ଵରର ରାସ୍ତା କଡ଼ରେ ଦୀପ ଦୋକାନ ଖୋଲିବା ଉପରେ ମଧ୍ୟ ରୋକ୍ ଲଗାଇଛି ବିଏମ୍‌ସି ବୁଧବାର ବାବଦରେ ବିଏମ୍ସି କମିସନର ପ୍ରେମଚନ୍ଦ ଚଉଧାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି

ଏହି ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବାଣ ବିକ୍ରି କିମ୍ବା ଫୁଟାଯାଇପାରିବ ନାହିଁ। ଏହି ନିୟମ ସଠିକ୍‌ ରୂପେ ପାଳନ ହେଉଛି କି ନାହିଁ ତାକୁ ଯାଞ୍ଚ କରିବା ପାଇଁ ସହରରେ ୫ଟି ସ୍ଵତନ୍ତ୍ର ସ୍କ୍ଵାର୍ଡ ନିୟୋଜିତ ହେବେ। ଯଦି କେହି ଏହି ନିୟମର ଉଲ୍ଲଘଂନ କରିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ

ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବାଣ ବିକ୍ରି କିମ୍ଵା ଫୁଟାଇବା ଉପରେ ରୋକ୍‌ ଲଗାଯାଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବାଣ ଫୁଟାଇବା ନେଇ ରାଜ୍ୟ ସରକାର ବିଭିନ୍ନ ବିଶେଷଜ୍ଞ କମିଟି ସହ ଆଲୋଚନା କରିଥିଲେ। ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ବର୍ତ୍ତମାନ କରୋନା ମହାମାରୀ ପରିସ୍ଥିତିରେ ବାଣ ଫୁଟିଲେ ଏହାଦ୍ୱାରା ଶିଶୁ ବୃଦ୍ଧ ଲୋକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇପାରନ୍ତି। ତେଣୁ ଚଳିତବର୍ଷ ବାଣ ବିକ୍ରି ଫୁଟାଇବା ବନ୍ଦ କରିବାକୁ ପରାମର୍ଶ କମିଟି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ

Comment