ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦର୍ଶକଙ୍କ ପାଇଁ ଆଉ ଏକ ଆକ୍ସନ ଫିଲ୍ମ ‘ଗଣପତ’ ନେଇ ଆସୁଛନ୍ତି ଅଭିନେତା ଟାଇଗର ଶ୍ରଫ୍। ଗୁରୁବାର ଏହି ଫିଲ୍ମର ଟିଜର ପୋଷ୍ଟର ରିଲିଜ ହୋଇଛି। ଅଭିନେତା ଟାଇଗର ନିଜେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ଟାଇଗରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି।

ଏହାସହିତ ଟିଜର ପୋଷ୍ଟରରେ ଟାଇଗରଙ୍କର ଏକ ଦମଦାର ଡାଇଲଗ୍‌ ‘ଆପୁନ୍‌ ଜବ୍‌ ଡରତା ହୈ, ଆପୁନ୍‌ ବହତ୍‌ ମାରତା ହୈ’ ଶୁଣିବାକୁ ମିଳିଛି।

‘ବାଗି ୩’, ‘ଓ୍ୱାର’ ପରେ ‘ଗଣପତ’ ଟାଇଗରଙ୍କ ତୃତୀୟ ଆକ୍ସନ ଫିଲ୍ମ। ଏହି ଫିଲ୍ମର ନିର୍ଦ୍ଦେଶନା ବିକାଶ ବହଲ ଦେଉଥିଲା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିବେ ବାସୁ ଭଗନାନି। ତେବେ ଏହି ଫିଲ୍ମରେ ଟାଇଗରଙ୍କ ବିପକ୍ଷରେ କେଉଁ ନାୟିକା ନଜର ଆସିବେ ତାହା ଜଣାପଡ଼ିନ। ଫିଲ୍ମଟି ୨୦୨୨ରେ ରିଲିଜ ହେବ।

Comment