ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମହାମାରୀ କରୋନାରେ ପ୍ରାଣ ହରାଇଥିବା ଉଦୀୟମାନ ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ରାୟଗଡ଼ାରେ କାର୍ଯ୍ୟରତ ସାମ୍ବାଦିକମାନେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଛନ୍ତି। ଏଥିସହ ପ୍ରବୀରଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ଦାବିରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଦିବଂଗତ ସାମ୍ବାଦିକ ପ୍ରବୀର ଭୁବନେଶ୍ୱରର ଜଣେ ଜଣାଶୁଣା ଯୁବ ସାମ୍ବାଦିକ ହୋଇଥିବା ବେଳେ ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କୋଭିଡ ଯୋଦ୍ଧା ଭାବେ ପ୍ରାଣ ହରାଇଥିବା ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତାର ରାଶି ପ୍ରଦାନ କରାଯିବ।

ତେଣୁ ଯଥାଶୀଘ୍ର ଦିବଂଗତ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ରାୟଗଡ଼ା ଜିଲ୍ଲା ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି।

ଏହି ସମୟରେ ବରିଷ୍ଠ ସାମ୍ବାଦିକ ରଞ୍ଜନ ରଥ, ନିରଞ୍ଜନ ପାଳ, ରାଜେଶ ପଟ୍ଟନାୟକ, ଶିବ ନାରାୟଣ ଗୌଡ଼, କୃଷ୍ଣକାନ୍ତ ଜେନା, ଭାଗ୍ୟଶ୍ରୀ ମିଶ୍ର, ଅମଜଦ ଅଲ୍ଳୀ, ମୃତ୍ୟୁଞ୍ଜୟ ନନ୍ଦ, ମନୋଜ ପାତ୍ର, ଯୋଗେଶ୍ୱର ଦାସ, ସୁବ୍ରତ ଚୈାଧୁରୀ, ସନ୍ତୋଷ ଦଳେଇ, ସିଏଚ ନାଗରାଜୁ, ବି.ଭି.ରାମାଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Comment