ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ଆଶୁତୋଷ ରାଣା ବଲିଉଡରେ ଜଣେ ଖତରନାକ ଖଳନାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛିନ୍ତି। ଦମଦାର ଅଭିନୟ ପାଇଁ ୧୯୯୬ରୁ ଆଜି ପର୍ଯ୍ୟନ୍ତ ସେ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି। ତେବେ ତାଙ୍କ କ୍ୟାରିୟରରେ ଏମିତି ୪ଟି ଫିଲ୍ମ ରହିଛି ଯାହା ତାଙ୍କୁ ଜଣେ ସଫଳ ଖଳନାୟକ କରିଛି। ଆସନ୍ତୁ ଜାଣିବା ସେମିତି ୪ଟି ଫିଲ୍ମ ସମ୍ପର୍କରେ…

ସଂଘର୍ଷ

୧୯୯୯ରେ ରିଲିଜ ହୋଇଥିଲା ଫିଲ୍ମ ସଂଘର୍ଷ। ଏଥିରେ ଆଶୁତୋଷ ରାଣା ଜଣେ କିନ୍ନର ଭୂମିକାରେ ନିଭାଇଥିଲେ। ତାଙ୍କ ସହିତ ଫିଲ୍ମରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନଜର ଆସିଥିଲେ। ଏଥିରେ ଆଶୁତୋଷଙ୍କ ଲୁକ୍‌ଠାରୁ ଆରମ୍ଭ କରି ଡାଇଲଗ୍‌ ସବୁ କିଛି ଟପ୍‌ ଥିଲା।  ଖଳନାୟକ ଭୂମିକାରେ ତାଙ୍କୁ ଦର୍ଶକ ପସନ୍ଦ କରିଥିଲେ।

ଦୁସମନ୍‌

‘ସଂଘର୍ଷ’ ପୂର୍ବରୁ ଆଶୁତୋଷଙ୍କର ଆଉ ଏକ ଫିଲ୍ମ ୧୯୯୮ରେ ରିଲିଜ ହୋଇଥିଲା। ଏହି ଫିଲ୍ମ ଥିଲା ‘ଦୁସମନ’। ଏଥିରେ ଆଶୁତୋଷ ଜଣେ ପୋଷ୍ଟମ୍ୟାନ ଗୋକୁଳ ପଣ୍ଡିତଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ସଞ୍ଜୟ ଦତ୍ତ ଓ କାଜଲଙ୍କୁ ଦେଖିବାକୁ ମିଳିଥିଲା।

ଆଓ୍ୱାରାପନ

ଖଳନାୟକ ଭାବେ ଫିଲ୍ମ ‘ଆଓ୍ୱାରାପନ’ରେ ଦର୍ଶକ ଆଶୁତୋଷଙ୍କୁ ରାଣାଙ୍କୁ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମ ୨୦୦୭ରେ ରିଲିଜ ହୋଇଥିଲା। ଏଥିରେ ନାୟକ ଥିଲେ ଇମ୍ରାନ ହାସମୀ। ଏହି ଫିଲ୍ମରେ ଲୋମଟାଙ୍କୁରା ଅଭିନୟ କରିଥିଲେ ଆଶୁତୋଷ ରାଣା।

ବାଦଲ

ବଲିଉଡର ଏକ ଲୋକପ୍ରିୟ ଫିଲ୍ମ ହେଉଛି ‘ବାଦଲ’। ୨୦୦୦ରେ ଏହି ଫିଲ୍ମଟି ରିଲିଜ ହୋଇଥିଲା। ବବି ଦେଓଲ ଏଥିରେ ନାୟକ ଥିଲାବେଳେ ରାଣୀ ମୁଖାର୍ଜୀ ନାୟିକା ସାଜିଥିଲେ। ଏହି ଫିଲ୍ମ ଆଶୁତୋଷ ରାଣା ଡିଆଇଜି ଜୟ ସିଂ ଭୂମିକାରେ ଥିଲେ। ତାଙ୍କର ଖଳନାୟକ ରୋଲ୍‌ ଦର୍ଶକଙ୍କ ଛାତି ଥରାଇଥିଲା।

Comment