ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଆଲୋକର ପର୍ବ ଦୀପାବଳି। ସାରାଦେଶରେ ଲୋକେ ଏହି ପର୍ବକୁ ଧୁମ୍‌ଧାମରେ ପାଳନ କରନ୍ତି। ମାତ୍ର ଏ ବର୍ଷ କରୋନା ପାଇଁ ଆଲୋକର ଏହି ପର୍ବ ରଙ୍ଗହୀନ ହୋଇପଡ଼ିଛି। ଏଥର ବାଣ ଫୁଟିବନି ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ବାଣ ନଫୁଟିଲେ ବି ନିରାଡମ୍ବର ଭାବେ ଖାଲି ଦୀପ ଜାଳି ଏହି ପର୍ବ ପାଳିବାକୁ ଲୋକେ ପ୍ରସ୍ତୁତ ହୋଇଛନ୍ତି।

ଏ ବର୍ଷ ବାଣ ବଜାର ହିଁ ନାହିଁ। ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିବାରୁ ଲୋକଙ୍କ ଭିତିରେ ଖାସ୍‌ ଉତ୍ସାହ ଦେଖିବାକୁ ମିଳୁନାହିଁ।କାହିଁକି ପାଳିତ ହେଉଛି ଦୀପାବଳି?

ପୁରାଣରେ ମଧ୍ୟ ଏହି ପର୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ୧୪ ବର୍ଷ ବନବାସ ସାରି ପରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଅଯୋଧ୍ୟାକୁ ଫେରିବା ଖୁସିରେ ଏହି ପର୍ବ ପାଳନ କରାଯାଏ। ରାଜ୍ୟବାସୀ ଏହି ଦିନ ଦୀପ ଜାଳି ଆଲୋକମାଳାରେ ରାମଙ୍କୁ ସ୍ୱାଗତ କରିଥିଲେ।

୧୪ ବର୍ଷ ଧରି ଘୋର ବନରେ ବିତାଇଥିବା ଶ୍ରୀରାମ ଅମାବାସ୍ୟା ତିଥିରେ ଅଯୋଧ୍ୟା ଫେରିଥିଲେ। ଏଣୁ ଏହି ଅମାବାସ୍ୟା ରାତିର ଅନ୍ଧାରକୁ ଦୂର କରିବା ଲାଗି ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜଳାଇଥିଲେ। ସେହିଦିନଠାରୁ ଏହି ଦିନକୁ ଦୀପାବଳି ଭାବେ ପୂଜା କରାଯାଉଛି।

LEAVE A REPLY

Please enter your comment!
Please enter your name here