ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ନବନିର୍ବାଚିତ ଏନ୍‌ଡିଏ ବିଧାୟକମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନୀତିଶ କୁମାରଙ୍କୁ ଏନ୍‌ଡିଏର ନେତା ଭାବେ ଚୟନ କରାଯାଇଛି। ଫଳରେ ନୀତିଶ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଆସନରେ ବସିବା ସ୍ପଷ୍ଟ ହୋଇଛି। ତେଣୁ ସରକାର ଗଠନ ନେଇ ସେ ରବିବାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ଦାବି ଜଣାଇଛନ୍ତି। ସୋମବାର ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ସୁଶୀଲ ମୋଦୀ ପୁଣି ଥରେ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସୁଶୀଲଙ୍କ ସମେତ ବିହାର ସରକାରଙ୍କ କ୍ୟାବିନେଟ୍‌ର ଅନ୍ୟ ସଦସ୍ୟମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।ଏନ୍‌ଡିଏ ବିଧାୟକ ଦଳ ବୈଠକ ପୂର୍ବରୁ ପାଟନାରେ ଜେଡିୟୁର ନବନିର୍ବାଚିତ ବିଧାୟକଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ନୀତିଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା।

ଚଳିତ ବିହାର ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଛି। ବିଜେପି ୭୪ଟି, ଜେଡିୟୁ ୪୩ଟି ଆସନରେ ଜିତିବା ସହ ଅନ୍ୟ ସାଥୀମାନେ ୮ଟି ସିଟରେ ବିଜୟୀ ହୋଇଛନ୍ତି।

Comment