ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ ଓଡ଼ିଶା। ଅର୍ଥାତ୍ ୨୦୩୦ ବେଳକୁ ଓଡ଼ିଶାରେ ବାଲ୍ୟ ବିବାହ ଘଟଣା ଆଉ ଦେଖିବାକୁ ମିଳିବ ନାହିଁ। ଏନେଇ ଓଡ଼ିଶା ସରକାର ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ସୁଦ୍ଧା ଯେପରି ବାଲ୍ୟ ବିବାହ ଆଉ ନଥିବ ସେଥିପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଛି।

ଏ ପର୍ଯ୍ୟନ୍ତ ସୋନପୁର ଜିଲ୍ଲାର ୧୨ଟି ଗାଁ, ବୌଦ୍ଧର ୧୦ଟି ଗାଁ, ନୟାଗଡ଼ର ୨ଟି ଗାଁ ଏବଂ ଦେବଗଡ଼ର ଗୋଟିଏ ଗାଁ ବାଲ୍ୟ ବିବାହ ମୁକ୍ତ ବୋଲି ଘୋଷଣା କରାଯାଇଛି। ଏହି ସବୁ ଗାଁରେ ଦୁଇ ବର୍ଷ ମଧ୍ୟରେ ଗୋଟିଏ ବି ବାଲ୍ୟ ବିବାହ ହୋଇନଥିବା ସୂଚନା ମିଳିଛି।

“ବାଲ୍ୟ ବିବାହ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ସରକାରଙ୍କ ସହ ୟୁନିସେଫ ତଥା ଆକ୍ସନ ଏଡ୍ ପକ୍ଷରୁ ବ୍ୟାପକ ସଚେତତନତା କରାଯାଉଛି। ଏଥିରେ ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଉଛି। କୋଭିଡ ସମୟରେ ମଧ୍ୟ ଅନେକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହକୁ ବନ୍ଦ କରାଯାଇ ପାରିଛି”, କହିଛନ୍ତି ଆକ୍ସନ ଏଡ୍‌ର ବାଲ୍ୟ ବିବାହ ବନ୍ଦ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ଜାତୀୟ ପରିଚାଳକ ଘାସିରାମ ପଣ୍ଡା।

Comment