ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ୧୦ ଦିନିଆ ସାଧାରଣତନ୍ତ୍ର ଦିବସ ପୂର୍ବବର୍ତ୍ତୀ ପରେଡ୍ କ୍ୟାମ୍ପ। ଏହି କ୍ୟାମ୍ପରେ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରୁ ୨୦୦ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେବେ।

ଭୁବନେଶ୍ୱର, କୋଲକାତା ଏବଂ ଗୌହାଟିର ଏନ୍ଏସ୍ଏସ୍ ଆଞ୍ଚଳିକ ନିର୍ଦ୍ଦେଶାଳୟ ଅଧୀନସ୍ଥ ପ୍ରତିଯୋଗୀମାନେ ଏହି କ୍ୟାମ୍ପରେ ଯୋଗ ଦେବେ। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ-୧୯ ନିୟମାବଳୀ ପାଳନ ପୂର୍ବକ ଏହି କ୍ୟାମ୍ପ ଆୟୋଜନ କରାଯିବା ନେଇ ସୋଆ ଏନ୍ଏସ୍ଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ନଚିକେତା କେ ଶର୍ମା ସୂଚନା ଦେଇଛନ୍ତି।

ସୋଆର ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ଏହି କ୍ୟାମ୍ପ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ନିମନ୍ତେ  ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ପକ୍ଷରୁ ଅନୁମତି ମିଳିସାରିଛି।ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ୍, ନାଗାଲାଣ୍ଡ ଏବଂ ତ୍ରିପୁରାରୁ ୧୦୦ ବାଳକ ଓ ୧୦୦ ବାଳିକା ଏହି କ୍ୟାମ୍ପରେ ଯୋଗ ଦେବେ। ବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟର ୧୦ ଜଣ ପ୍ରୋଗ୍ରାମ ଅଫିସର ଏବଂ ୬ ଜଣ ଅଫିସର ଏମାନଙ୍କୁ ସହାୟତା କରିବେ ନେଇ ଡକ୍ଟର ନଚିକେତା କେ ଶର୍ମା ସୂଚନା ଦେଇଛନ୍ତି।

Comment