ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରର ଗୁରୁମଗୁଡ଼ାଠାରେ ପୌରପାଳିକା ପକ୍ଷରୁ ଚାଲିଥିବା ଜବରଦଖଲ ଉଚ୍ଛେଦକୁ ବିରୋଧ କରିଛି ରାୟଗଡ଼ା ଆମ୍‌ ଆଦ୍‌ମୀ ଦଳ (ଆପ୍)। କରେନା ସମୟରେ ଏଭଳି ବଳପୂର୍ବକ ଉଚ୍ଛେଦ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହାକୁ ମାନୁନାହିଁ। ଯଦି ଉଚ୍ଛେଦ କାର୍ଯ୍ୟ ବନ୍ଦ ନ ହୁଏ ଏବଂ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାନଯାଏ ତେବେ ହାଇକୋର୍ଟରେ ମାମାଲା ରୁଜୁ ହେବ ବୋଲି ଆପ୍‌ର ଜିଲ୍ଲା ଆବାହକ ଜନ୍ମେଞ୍ଜୟ ସ୍ଵାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ୧୮ ତାରିଖରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ପୋଲିସ ଉପସ୍ଥିତିରେ ୧୧ ଜଣ ବସ୍ତିବାସିନ୍ଦାଙ୍କ ଘର ଭଙ୍ଗାଯାଇଥିଲା। କରୋନା ସମୟରେ ଏଭଳି ବଳପୂର୍ବକ ଜବରଦଖଲ ଉଚ୍ଛେଦ ନ କରିବା ସକାଶେ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପ୍ରଶାସନ ପ୍ରତିଶୋଧପରାୟଣ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜନ୍ମେଞ୍ଜୟ ସ୍ୱାଇଁ ଅଭିଯୋଗ କରିଛନ୍ତି। ପ୍ରଶାସନ ଉକ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ସହ ଥଇଥାନ ନ କଲେ ଆଗାମୀ ଦିନରେ ଏହାର ବିଚାର ପାଇଁ ହାଇକୋର୍ଟରେ ମାମଲା ରୁଜୁ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ଗତକାଲି ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ମହିଳା ସଂଗଠନ ସଦସ୍ୟା ସୁଚିତ୍ରା ପାଇକ, ବିଷ୍ଣୁପ୍ରିୟା ଝଡ଼ିଆ, ଜିତେନ୍ଦ୍ର ସେନାପତି, ଦୁର୍ଗା ପଟ୍ଟନାୟକ, ଉମାଚରଣ ଗୌଡ଼, ସନ୍ତୋଷ ପାଇକ, ହେମନ୍ତ କୌଶଲ୍ୟା ଓ ଚକ୍ରଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment