ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଚୁଲବୁଲି ନାୟିକା ଭୂମିକାଙ୍କ ପାଖରେ ଏବେ ବ୍ୟାକ୍‌ ଟୁ ବ୍ୟାକ ଫିଲ୍ମ। ଲଗାତର ଦୁଇ ଦୁଇଟି ଫିଲ୍ମରେ ବ୍ୟସ୍ତ ଅଛନ୍ତି ଭୂମିକା। ଗୋଟିଏ ପଟେ ଅଭିନେତା ଜ୍ୟୋତିଙ୍କ ସହ  ଫିଲ୍ମ ‘ଆଉ ଗୋଟ ଲଭ୍‌ ଷ୍ଟୋରି’ କରୁଥିଲା ବେଳେ ଏବେ ଅଭିନେତା ରାଜେଶଙ୍କ ସହ ଫିଲ୍ମ ‘ଚକ୍ଷୁ ବନ୍ଧନ’ର ସୁଟିଂ ମଧ୍ୟ ଜାରି ରଖିଛନ୍ତି ଭୂମିକା।

ଅନିଶ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାଜେଶ ମହନ୍ତ। ଏହାର ଗୀତ ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ଫିଲ୍ମରେ ଭୂମିକା ଏବଂ ରାଜେଶଙ୍କ ବ୍ୟତୀତ ଇଶାନି, ପ୍ରଦୀପ, ଦିଲ୍ଲୀପ ଆଦି କଳାକାର ଅଭିନୟ କରିଛନ୍ତି।

ଫିଲ୍ମର ସୁଟିଂ ସମୟର ଅନେକ ସୁନ୍ଦର ସୁନ୍ଦର ଫଟୋ ଭୂମିକା ଇନଷ୍ଟାଗ୍ରାମ ରେ ପୋଷ୍ଟ କରୁଛନ୍ତି ଭୂମିକା। ସେହିପରି ଅଭିନେତା ରାଜେଶଙ୍କ ସହିତ ପ୍ରଥମ ଥର ଫିଲ୍ମ କରିବାର ସୁଯୋଗ ପାଇଥିବାରୁ ଭୂମିକା ବେଶ ଖୁସିଥିବା କହିଛନ୍ତି। ଫିଲ୍ମଟି ୨୦୨୧ରେ ରିଲିଜ ହେବ ବୋଲି ଜଣାପଡ଼ିଛି। ଏହାଛଡ଼ା ଭୂମିକାଙ୍କୁ ଫିଲ୍ମ ‘ମନ ମୋର କାଗଜ ଗୁଡ଼ି’ରେ ବି ଦେଖିବାକୁ ପାଇବେ ଦର୍ଶକ।

୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ‘ତୁ ମୋ ଲଭ୍ ଷ୍ଟୋରି’ରେ ନାୟିକା ଭାବରେ ଅଭିନୟ କରିଥିଲେ। ଏଥିରେ ଭୂମିକାଙ୍କ ସ‌ହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ। ଏହି ଫିଲ୍ମର ସଫଳତା ପରେ ସେ ‘ତୁ ମୋ ଲଭ୍‌ଷ୍ଟୋରି ୨’, ବାବୁସାନଙ୍କ ସହିତ ‘ଶ୍ରୀମାନ ସୁରଦାସ’ ଭଳି ଫିଲ୍ମରେ କାମ କରିଛନ୍ତି।

Comment