ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୪ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ମଙ୍ଗଳବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚାଷୀଙ୍କର ବସିଥିବା ବୈଠକରେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନି। କେନ୍ଦ୍ର ସରକାର କୃଷି ଆଇନ ଉଚ୍ଛେଦ କରିବେନି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି। ତେବେ ଏଥିରେ କେତକ ସଂଶୋଧନ ଆଣିବା ଲାଗି ସରକାର ଲିଖିତ ପ୍ରସ୍ତାବ ଦେବେ।

ଏହା ଉପରେ ବୁଧବାର ଚାଷୀ ଆଲୋଚନା କରିବୋ ସିଂଘୁ ସୀମାରେ ଚାଷୀ ନେତାଙ୍କ ବୈଠକରେ ସଂଶୋଧିତ ପ୍ରସ୍ତାବ ଉପରେ ଆଲୋଚନା କରି ଚାଷୀ କେନ୍ଦ୍ରକୁ ଜଣାଇବେ। ଗୁରୁବାର ଚାଷୀ ନେତାଙ୍କ ସହ ପୁଣି ସରକାରଙ୍କ ଅଲୋଚନା ହେବ। ଏହାକୁ ମିଶାଇ ଚାଷୀ ନେତାଙ୍କ ସହ ସରକାରଙ୍କର ୭ ଥର ବୈଠକ ହେବ।

ଅନ୍ୟପଟେ କୃଷି ଆଇନକୁ ବିରୋଧ ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବେ।

Comment