ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କ ହାତଗଣ୍ଠି ପଡ଼ିଛି। ଶୁକ୍ରବାର ଖୋର୍ଦ୍ଧାର ସୌମ୍ୟରଞ୍ଜନ ଶତପଥୀଙ୍କୁ ସେ ବିବାହ କରିଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହୋଟେଲରେ କୋଭିଡ କଟକଣାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

କରୋନା ପାଇଁ ଓଡ଼ିଶା ସଙ୍ଗୀତ ଜଗତର ଅଳ୍ପ କେତେଜଣ ଗାୟକ ଗାୟିକା ଏଥିରେ ଯୋଗ ଦେଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ଆଶୁତୋଷ, ଇପ୍ସିତା ପଣ୍ଡା ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଦୀପ୍ତିରେଖା ଓଡ଼ିଶାର ଜଣେ ଜଣାଶୁଣା ଗାୟିକା। ଫିଲ୍ମ ‘ଲଭ୍‌ ଡଟ୍‌ କମ୍‌’ରୁ ସେ ପ୍ଲେ ବ୍ୟାକ ସିଙ୍ଗର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ‘ରାଜକନ୍ୟା’ ଧାରାବାହିକରେ ନାୟିକା ପୂର୍ବି ଭାବରେ ଅଭିନୟ କରିଥିଲେ। ସବୁଠୁ ଖାସ କଥା ଏହି ସିରିଏଲରେ ସେ ଜଣେ ଗାୟିକା ଭାବେ ଏଣ୍ଟ୍ରି କରିଥିଲେ।

ଦୀପ୍ତି ଫିଲ୍ମରେ ଗୀତ ଗାଇବା ସହିତ ଭଜନ ଓ ଆଲବମ୍‌ରେ ମଧ୍ୟ କଣ୍ଠଦାନ କରନ୍ତି। ତାଙ୍କ କଣ୍ଠରେ ବହୁ ଓଡ଼ିଆ ଗୀତ ହିଟ୍‌ ମଧ୍ୟ ହୋଇଛି। ‘ଚାଲ କରିବା ଠିଆ ପାଲା’, ‘ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା’, ‘ଗଜଲ୍ ଗଜଲ୍’, ‘ହାଏ ତୋ ପ୍ରେମର ରଙ୍ଗୋଲି’ ଭଳି ହିଟ ଗୀତ ଗାଇ ସେ ପ୍ରଶଂସା ସାଉଣ୍ଟିଛନ୍ତି।

LEAVE A REPLY

Please enter your comment!
Please enter your name here