ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ସଦର ମହକୁମା ସୁନାରିଘାଇ ଛକଠାରେ ଯାତ୍ରୀମାନଙ୍କ ସୁବିଧା ସକାଶେ ୨୦୧୮ ମସିହା ମାର୍ଚ୍ଚ ୮ ତାରିଖରେ ଏକ ବିଶ୍ରାମଗାରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ହେଲେ ଇତିମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବିଶ୍ରାମଗାରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏଭଳି ସ୍ଥିତିରେ ଏହି ବିଶ୍ରାମଗାର କେବେ ଲୋକଙ୍କ ସେବାରେ ଲାଗିବ ସେନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ଏହି ଯାତ୍ରୀ ବିଶ୍ରାମଗାର ପାଇଁ ଚତୁର୍ଥ ରାଜ୍ୟ ଅର୍ଥ କମିସନଙ୍କ ଅନୁଦାନରୁ ୫ ଲକ୍ଷ ୨୧ ହଜାର ୫୧୪ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୨୦୧୮ ମସିହାରେ ପୂର୍ବତନ ସାଂସଦ ଝିନ୍ନ ହିକକା, ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ତତ୍କାଳୀନ ଜିଲ୍ଲାପାଳ ଗୁହାପୁନମ ତାପସ କୁମାରଙ୍କ କରକମଳରେ ଏହାର ଭିତ୍ତିପ୍ରସ୍ତର ପଡ଼ିଥିଲା। ଇତିମଧ୍ୟରେ ୨ ଜଣ ବିଡିଓ ଓ ଜିଲ୍ଲାପାଳ ବଦଳି ହୋଇିସାରିଥିଲେ ବି ଯାତ୍ରୀ ବିଶ୍ରାମଗର ସମ୍ପୂର୍ଣ୍ଣ ହୋଇପାରିନାହିଁ। ଅନ୍ୟପଟେ ଯଥାଶୀଘ୍ର ସମସ୍ୟାର ସମାଧାନ କରି ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ବର୍ତ୍ତମାନର ବିଡିଓ ଦୟାମୟ ପାଢ଼ୀ କହିଛନ୍ତି।

Comment