ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୨୬ ଓ ୨୭ ତାରିଖରେ ଓଡ଼ିଶା ସୋସାଇଟି ଅଫ ଆମେରିକାସ୍‌(ଓସା) ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ‘ବିଶ୍ୱ ଓଡ଼ିଆ ମହୋତ୍ସବ ୨୦୨୦’। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ‘ଗଣମାଧ୍ୟମର ଭୂମିକା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଶନିବାର ଦିନ ୧୨ଟାରେ ଏହି ଆଲୋଚନା ଚକ୍ର ଆୟୋଜିତ ହେବା।

ଏଥିରେ ଦୈନିକ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, କନକ ନ୍ୟୁଜର ସମ୍ପାଦକ ମନୋରଞ୍ଜନ ମିଶ୍ର, ଓଟିଭିର ବାର୍ତ୍ତା ସମ୍ପାଦକ ରାଧାମାଧବ ମିଶ୍ର, କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ନ୍ୟୁଜ ୭ର ସିନିଅର ପ୍ରଡ୍ୟୁସର ଓ ନ୍ୟୁଜ ଆଙ୍କର ଇତିଶ୍ରୀ ନାୟକ, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମର ସଞ୍ଚାଳନା କରିବେ ୟୁଏଇରେ ରହୁଥିବା ସୁଧାଶ୍ରୀ ଦାସ।

ବିଶ୍ୱବ୍ୟାପୀ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କର ଓଡ଼ିଶା ସହିତ ଯୋଗସୂତ୍ରକୁ ଘନିଷ୍ଠ କରିବା ନେଇ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଏଥିରେ ଆଲୋଚନା ହେବ। ଏହାସହିତ ଅତିଥିମାନେ ବର୍ତ୍ତମାନ ସ୍ଥିତିରେ ଗଣମାଧ୍ୟମର ସ୍ଥିତି କ’ଣ ରହିଛି ଏହା ଉପରେ ନିଜର ମତ ଦେବେ।

ଜୁମ୍‌ ମାଧ୍ୟମରେ ଆପଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ଏହାଛଡ଼ା ଓସାର ୟୁଟ୍ୟୁବ୍‌ ଚାନେଲରେ ମଧ୍ୟ ଆପଣ ଏହି ଆଲୋଚନା ଚକ୍ର ଦେଖିପାରିବେ।

Comment