ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ସ୍ଵତନ୍ତ୍ର ସଂରକ୍ଷଣ ମିଳିବ। ମୁଖ୍ୟତଃ ହାଇସ୍କୁଲ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଡାକ୍ତରୀ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସ୍ଵତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ରଖାଯିବ। ସୋମବାର ରାଜ୍ୟ କ୍ୟବିନେଟରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର।

ରାଜ୍ୟ ସରକାର ଏହି ନିଷ୍ପତ୍ତି ନେବା ସହ ଆଗମୀ ବର୍ଷଠାରୁ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ କ୍ୟାବିନେଟରେ ସଂକଳ୍ପ ଆଗତ କରିଛନ୍ତି।

କ୍ୟାବିନେଟର ନିଷ୍ପତ୍ତି ମୁତାବକ, ଉପରୋକ୍ତ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତା ବିଶିଷ୍ଟ କମିଟି ଗଠନ କରାଯିବ। ଏହି କମିଟିରେ ଖ୍ୟାତିସଂପନ୍ନ ଶିକ୍ଷାବିତ୍ ଏବଂ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ସଦସ୍ୟ ରହିବେ। ତିନିମାସ ମଧ୍ୟରେ ଏହି କମିଟି ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ। ଏହାପରେ କମିଟିର ସୁପାରିସକୁ ଗ୍ରହଣ କରି ଆଗାମୀ ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ।

Comment