ଓଡ଼ିଶାଲାଇଭ ବ୍ୟୁରୋ

ଆଗାମୀ ୧୦ ଦିନ ଭିତରେ ଭାରତରେ ଟିକାକରଣ ଆରମ୍ଭ ହୋଇପାରେ। ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମଳିନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଦେଶରେ ୩୭ଟି ସ୍ଥାନରେ ଟିକା କେନ୍ଦ୍ର ତିଆରି କରାଯାଇଛି। ସେହିଠାରୁ ପର୍ଯ୍ୟାୟକ୍ରମେ ଜିଲ୍ଲା ଓ ବ୍ଲକ ସ୍ତରରେ ଟିକା ବିଭିନ୍ନ ସ୍ଥାନକୁ ବିତରଣ କରାଯିବ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟ ସଚିବଙ୍କ କହିବା ମୁତାବକ ପ୍ରଥମ ପର୍ଯ୍ୟାୟରେ ଦେଶରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ତେବେ ଟିକା ନେବା ପାଇଁ ସେମାନଙ୍କୁ ପଞ୍ଜୀକରଣ କରିବା ଆବଶ୍ୟକ ନାହିଁ। କାରଣ ସେମାନଙ୍କ ଡାଟାବେସ୍‌ ସରକାରଙ୍କ ପାଖରେ ଅଛି।

ଜାନୁଆରି ୩ରେ ସିରମ୍ ଇନଷ୍ଟିଚ୍ୟୁଟ ଦ୍ଵାରା ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ଵାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ଭିତ୍ତିରେ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଥିଲା। ଏହାପୂର୍ବରୁ ବିଭିନ୍ନ ରାଜ୍ୟରେ ଟିକାକରଣ ପାଇଁ ହୋଇଥିବା ଡ୍ରାଏ ରନ୍‌ ସଫଳ ହୋଇଥିଲା।

Comment