ଓଡ଼ିଶାଲାଇଭ୍ ବ୍ୟୁରୋ

ରେଲଓ୍ଵେ ଚାକିରି ପାଇଁ ଆପଣ ଇଚ୍ଛୁକ ଅଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ। ଭାରତୀୟ ରେଳବାଇ ଅର୍ଥ ନିଗମ (IRFC) ଅଧୀନରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୧୨.୧୨.୨୦୨୦
  • ଆବେଦନ ଶେଷ – ୧୪.୦୧.୨୦୨୧

ଗ୍ରୁପ୍ ଜେନେରାଲ ମ୍ୟାନେଜର

  • ପଦବୀ ସଂଖ୍ୟା – ୧ଟି
  • ବୟସ ସୀମା – ସର୍ବାଧିକ ୫୨ ବର୍ଷ
  • ବେତନ ହାର – ୧,୨୦,୦୦୦ରୁ ୨,୮୦,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ଭାରତୀୟ ଚାଟାର୍ଡ ଆକାଉଣ୍ଟାଟ ଅନୁଷ୍ଠାନରୁ CA/CMAରେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ। କିମ୍ଵା ବିଜନେସ ଆଡମିନିଷ୍ଟ୍ରେସନରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଜଏଣ୍ଟ ଜେନେରାଲ ମ୍ୟାନେଜର

  • ପଦବୀ ସଂଖ୍ୟା – ୧ଟି
  • ବୟସ ସୀମା – ସର୍ବାଧିକ ୪୫ ବର୍ଷ
  • ବେତନ ହାର – ୮୦,୦୦୦ରୁ ୨,୨୦,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ LLB ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଡେପୁଟି ଜେନେରାଲ ମ୍ୟାନେଜର

  • ପଦବୀ ସଂଖ୍ୟା – ୨ଟି
  • ବୟସ ସୀମା – ୪୩ ବର୍ଷ
  • ବେତନ ହାର – ୭୦,୦୦୦ରୁ ୨,୦୦,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ଭାରତୀୟ ଚାଟାର୍ଡ ଆକାଉଣ୍ଟାଟ ଅନୁଷ୍ଠାନରୁ CA/CMAରେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ। କିମ୍ଵା ବିଜନେସ ଆଡମିନିଷ୍ଟ୍ରେସନରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଡେପୁଟି ମ୍ୟାନେଜର

  • ପଦବୀ ସଂଖ୍ୟା – ୧ଟି
  • ବୟସ ସୀମା – ୩୮ ବର୍ଷ
  • ବେତନ ହାର – ୫୦,୦୦୦ରୁ ୧,୬୦,୦୦୦ ଟଙ୍କା (ମାସିକ)
  • ଯୋଗ୍ୟତା – ଭାରତୀୟ କମ୍ପାନି ସେକ୍ରେଟାରୀ ଅନୁଷ୍ଠାନରୁ ସିଏସ୍ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment